Sensex: ୭ ଦିନରେ ୭,୭୮୨ ପଏଣ୍ଟ ବଢ଼ିଲା ସେନସେକ୍ସ
ମୁମ୍ବାଇ: ଦୀପାବଳି ପୂର୍ବରୁ ଭାରତୀୟ ସେୟାର ବଜାରରେ ଜୋରଦାର ବୃଦ୍ଧି ହୋଇଛି।
ଲଗାତାର ସପ୍ତମ କାରବାର ଦିନ ପାଇଁ ଉପରମୁହାଁ ରହିଛି ସେନ୍ସେକ୍ସ ଓ ନିଫ୍ଟି।
ଶୁକ୍ରବାର କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧,୭୧୮ ପଏଣ୍ଟ (୨.୧୭%) ବୃଦ୍ଧି ପାଇ ୮୧,୦୨୮ ପଏଣ୍ଟରେ ବନ୍ଦ ହୋଇଛି।
ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୯୪ ପଏଣ୍ଟ (୨%) ବଢ଼ି ୨୫,୦୩୦ ପଏଣ୍ଟରେ ପହଞ୍ଚିଛି।
ଏହା ସହିତ ନିଫ୍ଟି ପୁଣି ଥରେ ୨୫ ହଜାର ସ୍ତର ଅତିକ୍ରମ କରିଛି।
Advertisment ଗତ ୬ଟି କାରବାର ଦିନରେ ସେନ୍ସେକ୍ସ ପ୍ରାୟ ୬,୦୬୪ ପଏଣ୍ଟ ବୃଦ୍ଧି ପାଇଥିଲା।
ଶୁକ୍ରବାରର ୧,୭୧୮ ପଏଣ୍ଟ ବୃଦ୍ଧିକୁ ମିଶାଇଲେ ଗତ ୭ଟି କାରବାର ଦିନରେ ସୂଚକାଙ୍କ ପ୍ରାୟ ୭,୭୮୨ ପଏଣ୍ଟ ବଢ଼ିଛି।
ଅକ୍ଟୋବର ୨୮ରେ ସେନ୍ସେକ୍ସ ୭୩,୨୪୬ ପଏଣ୍ଟରେ ଥିବାବେଳେ ଶୁକ୍ରବାର ଏହା ୮୧,୦୨୮ ପଏଣ୍ଟରେ ପହଞ୍ଚିଛି।
ଅର୍ଥାତ୍ ଏହି ସମୟରେ ବଜାରରେ ପ୍ରାୟ ୧୦.୬% ବୃଦ୍ଧି ଘଟିଛି।
ନିଫ୍ଟି ବ୍ୟାଙ୍କ ସୂଚକାଙ୍କ ୧,୩୧୨ ପଏଣ୍ଟ ବଢ଼ି ୫୯,୦୮୬ ପଏଣ୍ଟରେ ବନ୍ଦ ହୋଇଛି ବ୍ୟାଙ୍କ ଓ ଆର୍ଥିକ କମ୍ପାନିର ସେୟାରରେ ବିପୁଳ ନିବେଶ ହୋଇଥିଲା।
ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟ ପ୍ରାୟ ୪ରୁ ୫% ବଢ଼ିଥିବାବେଳେ ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କର ସେୟାରରେ ମଧ୍ୟ ଭଲ ବୃଦ୍ଧି ହୋଇଛି।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଉନ୍ନତ ତ୍ରୈମାସିକ ଫଳାଫଳ ମଧ୍ୟ ନିବେଶକଙ୍କୁ ଆକର୍ଷିତ କରିଛି।
ନିଫ୍ଟି ବ୍ୟାଙ୍କ ସୂଚକାଙ୍କ ୧,୩୧୨ ପଏଣ୍ଟ ବଢ଼ି ୫୯,୦୮୬ ପଏଣ୍ଟରେ ବନ୍ଦ ହୋଇଛି।
ବଜାରର ଏହି ଜୋରଦାର ସୁଧାର ପଛରେ ବିଦେଶୀ ନିବେଶକଙ୍କ ପ୍ରତ୍ୟାବର୍ତ୍ତନ, ଅଶୋଧିତ ତୈଳ ଦର ହ୍ରାସ ଓ କମ୍ପାନିଗୁଡ଼ିକର ଭଲ ତ୍ରୈମାସିକ ଫଳାଫଳ ରହିଛି।
ନଭେମ୍ବର ୫ରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତୀୟ ଶେୟାର ବଜାରରେ ପ୍ରାୟ ୧୩,୮୦୨ କୋଟି ଟଙ୍କାର ନିବେଶ କରିଥିଲେ।
ପ୍ରାୟ ୬ ବର୍ଷ ମଧ୍ୟରେ ଏହା ସେମାନଙ୍କର ଗୋଟିଏ ଦିନରେ ସର୍ବାଧିକ ନିବେଶ ମଧ୍ୟରୁ ଅନ୍ୟତମ।
ଏହା ସହିତ ଅଶୋଧିତ ତୈଳ ଦର କମିବା ଯୋଗୁଁ ଭାରତର ଆମଦାନି ଖର୍ଚ୍ଚ ଓ ମୁଦ୍ରାସ୍ଫୀତି ଚାପ କମିବା ନେଇ ଆଶା ବଢ଼ିଛି।
ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ: ମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।