Mid-Air Plane Crash: ଭୟଙ୍କର ପ୍ଲେନ କ୍ରାସ; ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା

Oct 24, 2026 - 13:37
Mid-Air Plane Crash: ଭୟଙ୍କର ପ୍ଲେନ କ୍ରାସ; ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା

ଫିଲିପାଇନ୍ସ ବାୟୁସେନାର ଦୁଇଟି ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି।

ଶୁକ୍ରବାର ରାଜଧାନୀ ମାନିଲାର ଦକ୍ଷିଣରେ ଥିବା ବାଟାଙ୍ଗାସ୍ ପ୍ରଦେଶର ଫର୍ନାଣ୍ଡୋ ଏୟାର ବେସ୍‌ରେ ଏହି ଦୁର୍ଘଟଣା ଘଟିଛି।

ଶନିବାର ଫିଲିପାଇନ୍ସ ବାୟୁସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment ବାୟୁସେନାର ସୂଚନା ଅନୁସାରେ, ଦୁଇଟି SF-260 ପ୍ରଶିକ୍ଷଣ ବିମାନ ନିୟମିତ ଉଡ଼ାଣ ଅଭ୍ୟାସରେ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆକାଶରେ ଉଡ଼ାଣ ସମୟରେ ଦୁଇଟି ବିମାନ ପରସ୍ପର ସହ ଧକ୍କା ହୋଇଥିଲେ।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

ଘଟଣାର ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ବାୟୁସେନା ପକ୍ଷରୁ ସମସ୍ତ SF-260 ପ୍ରଶିକ୍ଷଣ ବିମାନର ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଉତ୍ତର ଫିଲିପାଇନ୍ସର ଏକ ପାହାଡ଼ିଆ ଅଞ୍ଚଳରେ SF-260 ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ୨୦୨୩ରେ ମଧ୍ୟ ଏହି ପ୍ରକାର ବିମାନର ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ପାଇଲଟ୍‌ଙ୍କ ଜୀବନ ଯାଇଥିଲା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।