Punjab Woman Wins Lottery: ଭାଗ୍ୟ ଖୋଲିଦେଲା ୭ ଟଙ୍କିଆ ଟିକେଟ୍ ! ଦିନ ମଜୁରିଆ ପରିବାରକୁ ମିଳିଲା ୧ କୋଟି ଲଟେରୀ

Oct 24, 2026 - 13:59
Punjab Woman Wins Lottery: ଭାଗ୍ୟ ଖୋଲିଦେଲା ୭ ଟଙ୍କିଆ ଟିକେଟ୍ ! ଦିନ ମଜୁରିଆ ପରିବାରକୁ ମିଳିଲା ୧ କୋଟି ଲଟେରୀ

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡି ଦିଅନ୍ତି ।

ରଙ୍କ ବି ରଜା ପାଲଟିଯାଏ ।

ସେମିତି କିଛି ଅପ୍ରତ୍ୟାଶିତ ଘଟଣା ଘଟିଛି ମହିଳାଙ୍କ ସହ ।

ସେ ଛୁଆଙ୍କ ପାଇଁ ଡ୍ରେସ କିଣିବାକୁ ଘରୁ ବାହାରିଥିଲେ, ତାଙ୍କ ଭାଗ୍ୟ ଚମକିଗଲା ।

ଜିତିଲେ କୋଟିଏ ଟଙ୍କାର ଲଟେରୀ ।

ପଞ୍ଜାବରୁ ଆସିଥିବା ଏହି ଏବେ ଚାରିଆଡେ ଚର୍ଚ୍ଚାରେ ।

Advertisment ପଞ୍ଜାବର ଫରିଦକୋଟ ଜିଲ୍ଲା କୋଟକାପୁର ଅଂଚଳର ବିମଳା ଦେବୀ।

ତାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ ।

ଗତ ବୁଧବାର ଦିନ ବିମଳା ଦେବୀ ଷ୍ଟେସନ ରୋଡ୍‌କୁ ପିଲାଙ୍କ ପାଇଁ ଡ୍ରେସ କିଣାକିଣି କରିବାକୁ ଯାଇଥିଲେ ।

ସେଠାରେ 'ଷ୍ଟାର୍ ଲଟେରୀ ଷ୍ଟଲ୍' ଦେଖି ନିଜ ମନକୁ ରୋକିନପାରି ୭ ଟଙ୍କାରେ ଗୋଟିଏ ଲଟେରୀ ଟିକେଟ କିଣିଥିଲେ ।

ସେତେବେଳେ ସେ ସପ୍ନରେ ବି ଭାବି ନଥିଲେ ଯେ, ପରଦିନ ସକାଳୁ ତାଙ୍କ ଉପରେ ଟଙ୍କା ବର୍ଷା ହେବ ।

ପରଦିନ ଯେତେବେଳେ ଲଟେରୀ ଫଳାଫଳ ଆସିଲା, ବିମଳା ଦେବୀ ପୁରା ୧ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିତିଥିଲେ ।

ଏହି ଖବର ଆଖପାଖ ଅଞ୍ଚଳରେ ନିଆଁ ଭଳି ବ୍ୟାପିଗଲା ।

ଲୋକମାନେ ଆସି ବିମଳା ଦେବୀଙ୍କୁ ବଧେଇ ଜଣାଇଥିଲେ ।

ଏହି ଲଟେରୀ ଟଙ୍କା ଏବେ ଏହି ଗରିବ ପରିବାରକୁ ନୂଆ ଆଶାର ଆଲୋକ ଦେଖାଇଛି ।

ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସେହି ଟଙ୍କାରେ କିଛି ଗୋଟେ ଛୋଟିଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ବିମଳା ଦେବୀ ।

Advertisment ସତରେ, ସମୟ ବଡ଼ ବଳବାନ୍ !

କାଲି ଯାଏ ଯିଏ ଦୁଇ ଓଳି ଦାନା ପାଇଁ ସଂଗ୍ରାମ କରୁଥିଲେ, ଆଜି ସେ କୋଟିପତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।