Midnight Flood Traps Two: ବନ୍ୟାରେ ଫସିଥିବା ୨ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ଟିମ୍, ରାତି ଅଧରେ ମାଡି ଆସିଥିଲା ପାଣି
ବନ୍ୟାରେ ଫସିଥିବା ୨ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଯାଜପୁର ଜିଲ୍ଲାର ସିଦ୍ଧେଶ୍ୱର ନିକଟରେ ଫସି ରହିଥିଲେ ୨ଜଣ ଯୁବକ। ବୈତରଣୀ ନଦୀରେ ପାଣି ଆସିବାରୁ ଜଣେ ବିଦ୍ୟୁତ୍ କର୍ମଚାରୀ ଓ ଅନ୍ୟ ଜଣେ ପମ୍ପ ହାଉସ୍ କର୍ମଚାରୀ ଫସି ଯାଇଥିଲେ।
ନାଇଟ ଡ୍ୟୁଟି କରୁଥିବା ବେଳେ ପାଣି ଆସିବାରୁ ଆଉ ବାହାରି ପାରିନଥିଲେ। ଦୀର୍ଘ ସମୟ ହେବ ଫସି ରହିଥିଲେ ଦୁଇ ଯୁବକ। ଖବର ପାଇ ଯାଜପୁର ଟାଉନ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ବନ୍ୟାରେ ଫସିଥିବା ୨ ଜଣ ଉଦ୍ଧାର
ଜଣେ ବିଦ୍ୟୁତ୍ କର୍ମଚାରୀ ଓ ଅନ୍ୟ ଜଣେ ପମ୍ପ ହାଉସ୍ କର୍ମଚାରୀ
ସିଦ୍ଧେଶ୍ୱର ନିକଟରେ ବୈତରଣୀ ପାଣିରେ ପ୍ରାୟ ୫ ଘଣ୍ଟା ହେବ ଫସିଥିଲେ
ବୈତରଣୀରେ ପାଣି ଫସିଲେ ୨ ଯୁବକ
ରାତି ଅଧରେ ମାଡି ଆସିଲା ପାଣି
୫ ଘଣ୍ଟା ଫସି ରହିଲେ ୨ ଯୁବକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।