Military Reshuffle: ଉତ୍ତର କୋରିଆରେ ବଡ଼ ଧରଣର ସାମରିକ ଅଦଳବଦଳ: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇଲେ କିମ୍ ଜୋଙ୍ଗ ଉନ୍
"ପ୍ୟୋଙ୍ଗୟାଙ୍ଗ: ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବଢୁଥିବା ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି।
ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପ୍ରତିରକ୍ଷା ମନ୍ତ୍ରୀ ନୋ କ୍ୱାଙ୍ଗ-ଚୋଲଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି।
ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି, କେସିଏନଏ ଅନୁଯାୟୀ, ସାଂରଚନିକ ପୁନର୍ଗଠନ ଯୋଜନାର ଅଂଶ ସ୍ୱରୂପ ଏହି ଅଦଳବଦଳ କରାଯାଇଛି।
ଶନିବାର ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ପାଇଁ ନିଷ୍ପତ୍ତି ନିଆଯାଇଛି।
ରିପୋର୍ଟ ଅନୁଯାୟୀ, ନୋ କ୍ୱାଙ୍ଗ-ଚୋଲଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଯିବା ସହିତ ଶାସକ ଦଳ ମଧ୍ୟରେ ତାଙ୍କର ରାଙ୍କ ମଧ୍ୟ କମାଇ ଦିଆଯାଇଛି।
ତାଙ୍କୁ ସାମରିକ ଅସ୍ତ୍ରଶସ୍ତ୍ର ଶିଳ୍ପ ବିଭାଗର ପ୍ରଥମ ଉପ-ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି।Advertisment ସମସ୍ୟାର ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ କୋରିଆନ୍ ପିପୁଲ୍ସ ଆର୍ମିର ଜେନେରାଲ ପଲିଟିକାଲ୍ ବ୍ୟୁରୋର ନିର୍ଦ୍ଦେଶକ କିମ୍ ସୋଙ୍ଗ-ଗେଙ୍କୁ ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି।
ଆଉ ଜଣେ ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା ପରାମର୍ଶଦାତା ପାକ୍ ଜୋଙ୍ଗ-ଚନ୍ଙ୍କୁ କେନ୍ଦ୍ରୀୟ ସାମରିକ କମିସନର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।
ତାଙ୍କୁ ଶାସକ ଦଳର ରାଜନୈତିକ ବ୍ୟୁରୋରେ ମଧ୍ୟ ସାମିଲ କରାଯାଇଛି।
ସରକାରୀ ସଂସ୍ଥା କହିଛି ଯେ, ସାମରିକ ପୁନର୍ଗଠନ ସହିତ, ଅନ୍ୟ ଅନେକ ଅଧିକାରୀଙ୍କୁ ମଧ୍ୟ ପୁନଃନିଯୁକ୍ତି ଏବଂ ପଦୋନ୍ନତି ଦିଆଯାଇଛି।
ଏକ ରିପୋର୍ଟରେ, କେସିଏନଏ ରିପୋର୍ଟ କରିଛି, କିମ୍ ଜୋଙ୍ଗ ଉନ୍ ଶନିବାର ଏକ କାର୍ଯ୍ୟକ୍ରମରେ ଦେଶର ବୈଜ୍ଞାନିକ, ଗବେଷକ ଏବଂ ଅଧିକାରୀଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ।
ସେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ସେମାନଙ୍କର ଅଗ୍ରଗତିକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ କରିଥିଲେ।
କେସିଏନଏ କହିଛି ଯେ ସମ୍ମାନିତ ବ୍ୟକ୍ତିମାନେ ନୂତନ ଯୁଦ୍ଧ ଅସ୍ତ୍ର ପ୍ରଣାଳୀର ବିକାଶ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଏବଂ ବୈଷୟିକ ସମସ୍ୟାର ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି।
ତଥାପି, ଏଜେନ୍ସି କେଉଁ ନୂତନ ଅସ୍ତ୍ର କିମ୍ବା ଅସ୍ତ୍ର ପ୍ରଣାଳୀ ତାହା ସ୍ପଷ୍ଟ କରିନାହିଁ।ଦକ୍ଷିଣ କୋରିଆ ଏବଂ ଆମେରିକା ମଧ୍ୟରେ ବାର୍ଷିକ ମିଳିତ ସାମରିକ ଅଭ୍ୟାସ ଶେଷ ହେବା ପରେ ସାମରିକ ନେତୃତ୍ୱର ଏହି ସଦ୍ୟତମ ପରିବର୍ତ୍ତନ ଆସିଛି।
ପ୍ୟୋଙ୍ଗୟାଙ୍ଗ ଦୀର୍ଘ ଦିନ ଧରି ଏହି ସାମରିକ ଅଭ୍ୟାସଗୁଡ଼ିକୁ ସମାଲୋଚନା କରିଆସୁଛି, ଏହା ଉତ୍ତର କୋରିଆ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ବୋଲି ଦାବି କରୁଛି।
ଚଳିତ ବର୍ଷ, ଏହି ଅଭ୍ୟାସଗୁଡ଼ିକ ଉପରେ ବିଶେଷ ନଜର ରହିଥିଲା।
କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମରାଭ୍ୟାସ ସମୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଟ୍ରମ୍ପ ମଧ୍ୟ ଏହି ସାମରିକ ଅଭ୍ୟାସକୁ ସମାଲୋଚନା କରି ଉତ୍ତର କୋରିଆ ପାଇଁ ଉତ୍ତେଜନା ସୃଷ୍ଟି କରୁଥିବା କହିଥିଲେ।
ସେ ଇରାନ ବିରୋଧରେ ଲଢ଼େଇରେ ଆମେରିକାକୁ ସମର୍ଥନ ନକରିଥିବାରୁ ଦକ୍ଷିଣ କୋରିଆକୁ ମଧ୍ୟ ସମାଲୋଚନା କରିଥିଲେ।
ଦକ୍ଷିଣ କୋରିଆ ସହିତ ମିଳିତ ସାମରିକ ଅଭ୍ୟାସ ସମୟ ହ୍ରାସ କରିବାକୁ ଟ୍ରମ୍ପ ପେଣ୍ଟାଗନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେ କିମ୍ ଜୋଙ୍ଗ ଉନ୍ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।
ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଦୁଇ ନେତା ଦୁଇଥର ସାକ୍ଷାତ କରିଥିଲେ।
ଟ୍ରମ୍ପ ଚଳିତ ବର୍ଷ ଆଉ ଏକ ବୈଠକ ପାଇଁ ଆଶା ପ୍ରକାଶ କରିଛନ୍ତି।
Earthquake: ଆଫଗାନିସ୍ତାନରେ ୪.୯ ତୀବ୍ରତାର ଭୂମିକମ୍ପ, କ୍ଷୟକ୍ଷତି ଅସ୍ପଷ୍ଟ ତେବେ ଏପର୍ଯ୍ୟନ୍ତ ପ୍ୟୋଙ୍ଗୟାଙ୍ଗରୁ କୌଣସି ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ।
ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଏବଂ ହ୍ରାସ କରାଯାଇଥିବା ସାମରିକ ଅଭ୍ୟାସକୁ ସମାଲୋଚନା କରିଛି।
ଦକ୍ଷିଣ କୋରିଆକୁ ଅସ୍ତ୍ରଶସ୍ତ୍ର ବିକ୍ରୟ ପାଇଁ ୱାସିଂଟନର ଅନୁମୋଦନ ଏବଂ ଉତ୍ତର କୋରିଆରେ ମାନବାଧିକାର ଉଲ୍ଲଂଘନକୁ ରେକର୍ଡ କରୁଥିବା କାର୍ଯ୍ୟକ୍ରମଗୁଡ଼ିକୁ ପାଣ୍ଠି ଯୋଗାଉଥିବା ଆମେରିକା ଯୋଜନାକୁ ମଧ୍ୟ କିମ୍ ଜୋଙ୍ଗ ଉନ୍ କଡ଼ା ସମାଲୋଚନା କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।