Ministers Monitor Koraput And Gajapati: ଗଭୀର ଅବପାତକୁ ନେଇ ଛଅ ଜିଲ୍ଲାକୁ ସତର୍କତା, ପ୍ରସ୍ତୁତ ରାଜ୍ୟ ସରକାର

Sep 23, 2026 - 15:57
Ministers Monitor Koraput And Gajapati: ଗଭୀର ଅବପାତକୁ ନେଇ ଛଅ ଜିଲ୍ଲାକୁ ସତର୍କତା, ପ୍ରସ୍ତୁତ ରାଜ୍ୟ ସରକାର

ଗଭୀର ଅବପାତକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରଭାବିତ ଜିଲ୍ଲା ଗୁଡିକୁ ସତର୍କ କରିଛନ୍ତି । କହିଛନ୍ତି, ଗଭୀର ଅବପାତ ଗୋପାଳପୁର ଠାରୁ ୧୪୦ କିମି ଦୂରରେ ଅଛି। ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ହୋଇ ୧୧ କିମି ବେଗରେ ଗତି କରୁଛି। ରାୟଗଡା ଏବଂ କୋରାପୁଟ ଦେଇ ଏହା ଅତିକ୍ରମ କରିବ। ଏହା ପ୍ରଭାବରେ କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡିରେ ବର୍ଷା ଆରମ୍ଭ ହୋଇଛି।

ଆଜି ସନ୍ଧ୍ୟାରେ ଛତିଶଗଡ଼ ମୁହାଁ ହେବ। ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଦୁଇଦିନ ତଳେ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି। NDRF ସହ ବିଭିନ୍ନ ଜିଲ୍ଲାରେ ୩୩ ODRF ମୁତୟନ ହୋଇଛନ୍ତି। ୯ଟି ଅତିରିକ୍ତ ଟିମ୍ ଛତ୍ରପୁରରେ ଅଛନ୍ତି।  

ଗଜପତି ଜିଲ୍ଲାରେ ଦେଢଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଯେଉଁ ଜାଗାରେ ଅତ୍ୟଧିକ ବର୍ଷା କିମ୍ବା ସମ୍ଭାବନା ଅଛି ସେଠାରେ ସ୍ଥାନାନ୍ତରିତ ପାଇଁ ଟିମ ସଜାଗ ରହିଛନ୍ତି । ମନ୍ତ୍ରୀ ରବି ନାଏକ କୋରାପୁଟରେ ରହି ସ୍ଥିତି ତଦାରଖ କରିବେ। ସେହିଭଳି ଗୋକୁଳାନନ୍ଦ ମଲ୍ଲିକ ଗଜପତିରେ ରହି ପରିସ୍ଥିତିର ତଦାରଖ କରିବେ।  24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରହିଛି। ଅରେଞ୍ଜ ଏଵଂ ରେଡ୍ ଜୋନ୍ ରେ ଥିବା ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ୨୫ ତାରିଖ ପରେ ସ୍ୱାଭାବିକ ପରିସ୍ଥିତି ଫେରିଆସିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।..... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।