Minor Abuse Case: ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଅସଦାଚରଣ ମାମଲା: ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ
"ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ୨୦୨୦ରେ ଘଟିଥିବା ନାବାଳିକାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ମାମଲାର ଶୁଣାଣି କରି ସ୍ବତନ୍ତ୍ର ପକ୍ସୋ ଅଦାଲତ ଅଭିଯୁକ୍ତ କୃଷ୍ଣ ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଗୁରୁବାର ତାକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି।
ଜରିମାନା ଅନାଦାୟେ କାରାଦଣ୍ଡ ଅଧିକ ୩ ମାସ ବୃଦ୍ଧି ହେବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
Advertisment ନାବାଳିକା ଅସଦାଚରଣ ମାମଲାରେ ଭୁବନେଶ୍ବର ଜେଏମ୍ଏଫ୍ସି କୋର୍ଟରେ ଆତ୍ମ୍ ସମର୍ପଣ କଲେ ବାୟୁସେନା ଅଧିକାରୀ କେଭି ଶ୍ରୀନିବାସ।
ଏନେଇ ଲକ୍ଷ୍ମୀସାଗର ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ମାମଲା ପରେ ସେ ଫେରାର ଥିଲେ।ମାମଲାର ବିବରଣୀ ଅନୁସାରେ, ୨୦୨୦ ନଭେମ୍ବର ୧୬ ଅପରାହ୍ଣ ୨ଟାରେ ଘରେ ନାବାଳିକା ଏକା ଶୋଇଥିଲେ।
ଘରର ଅନ୍ୟ ସଦସ୍ୟମାନେ ଧାନ କାଟିବାକୁ କ୍ଷେତକୁ ଯାଇଥିଲେ।
ଏହି ସମୟରେ କୃଷ୍ଣ ମୁଣ୍ଡା ତାଙ୍କ ଘରେ ପଶି ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିବା ସହ ନାବାଳିକାଙ୍କ ପୋଷାକ ଚିରି ଠେଲି ଦେଇଥିଲେ।
ନାବାଳିକା ତଳେ ପଡ଼ି ଆହତ ହୋଇଥିଲେ।
ଏହା ପରେ ସେ ପାଟି କରିବାକୁ ଉଦ୍ୟମ କଲବେଳେ କୃଷ୍ଣ ମୁହଁକୁ ଚାପି ଦେବା ସହ କାହାକୁ ଘଟଣା ସମ୍ପର୍କରେ କହିଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ।
ତା"ଠାରୁ କୌଣସି ମତେ ଛଡ଼େଇ ହୋଇ ନାବାଳିକା ଘର ବାହାରକୁ ଚାଲି ଆସି ପଡ଼ା ଲୋକଙ୍କୁ କହିଥିଲେ।
ପଡ଼ା ଲୋକେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ମଧ୍ୟ କୃଷ୍ଣ ଗାଳିଗୁଲଜ କରିବା ସହ ଆକ୍ରମଣର ଧମକ ଦେଇ ପଳାଇ ଯାଇଥିଲା।
ନାବାଳିକା ଅସଦାଚରଣ ମାମଲାରେ ଦୁଇ ଅଭିଯୁକ୍ତ ଦଣ୍ଡିତଏ ନେଇ ପୀଡ଼ିତା ଓ ତାଙ୍କ ପରିବାର, ଅପରାହ୍ଣ ୫ଟାରେ ସଦରଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ମାମଲାର ଶୁଣାଣି ଚାଲିଥିବାବେଳେ ପୁଲିସର ତଦନ୍ତ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଦଣ୍ଡାଦେଶ କରିଛନ୍ତି।
ମାମଲାକୁ ସ୍ବତନ୍ତ୍ର ପକ୍ସୋ ଅଦାଲତ ସରକାରୀ ଓକିଲ ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।