Minor Bride’s Death Suspected in Dowry Case: ଯୌତୁକ ପାଇଁ ନାବାଳିକା ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ, ସ୍ୱାମୀ ପକ୍ଷାଘାତ ରୋଗରେ ପୀଡିତ
ନାବାଳିକା ବଧୂକୁ ହତ୍ୟା ଅଭିଯୋଗ। ବାଲେଶ୍ବର ଚାନ୍ଦିପୁର ଥାନା ଅନ୍ତର୍ଗତ ଶାହାରଦା ଗ୍ରାମରୁ ଆସିଛି ଏହି ଅଭିଯୋଗ। ମୃତ ନାବାଳିକା ଜଣକ ୧୪ ବର୍ଷ ବୟସରେ ବିବାହ କରିଥିବା ଅଭିଯୋଗ ହୋଇଛି। ଏବେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।
ନାବାଳିକାଙ୍କ ସ୍ୱାମୀ ଦୁର୍ଘଟଣାରେ ପାରାଲିସିସ ହୋଇ ପଡ଼ିଥିବାରୁ ଶାଶୁ ଶଶୁର ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକାଙ୍କ ଶାଶୁ ଘର ଓ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ନାବାଳିକାଙ୍କ ମୃତ ଦେହ ବାଲେଶ୍ବର ଶବ ବ୍ୟବଛେଦ କେନ୍ଦ୍ରରେ ରଖା ଯାଇଛି।
ବାଲେଶ୍ୱର ଶାହାରଦା ଗାଁରେ ବଧୂ ହତ୍ୟା ଅଭିଯୋଗ
ଶାଶୁଘର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ
ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଲେ ବାପଘର ଲୋକେ
ଚାନ୍ଦିପୁର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।