Minor Dies: ବୌଦ୍ଧରେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ପୂର୍ବରୁ ରେଳ ଧାରଣାରେ ଷ୍ଟଣ୍ଟ କରିଥିବା ସୂଚନା

Oct 10, 2026 - 12:33
Minor Dies: ବୌଦ୍ଧରେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ପୂର୍ବରୁ ରେଳ ଧାରଣାରେ ଷ୍ଟଣ୍ଟ କରିଥିବା ସୂଚନା

"ବୌଦ୍ଧ: ବୌଦ୍ଧ ଜିଲ୍ଲାର ବାଉଁଶୁଣି ନିକଟ ଖୋର୍ଦ୍ଧା - ବଲାଙ୍ଗୀର ରେଳପଥରେ ଗତକାଲି ରାତିରେ ଟ୍ରେନ ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେ ହେଲେ ବାଉଁଶୁଣି ନିକଟ ଟାଲୁପାଲି ଗ୍ରାମର ସଞ୍ଜୟ ମହାନନ୍ଦିଆଙ୍କ ପୁଅ ସାଇମୟ ମହାନନ୍ଦିଆ(ରିଙ୍କୁ)।

କେମିତି ଓ କାହିଁକି ଟ୍ରେନ ସମ୍ମୁଖକୁ ଆସିଲେ ସେନେଇ ପୁଲିସ ତଦନ୍ତ କରୁଛି।Advertisment ଅପମୃତ୍ୟୁ ମାମଲା ରୁଜୁ ପୁଲିସର ସୂଚନା ମୁତାବକ, ଗତବର୍ଷ  ସେହି ନାବାଳକ ରେଳ ଧାରଣାରେ ଚଳନ୍ତା ଟ୍ରେନ ତଳେ  ଶୋଇ ଷ୍ଟଣ୍ଟ ଦେଖାଇଥିଲେ, ସୌଭାଗ୍ୟବଶତଃ ସେ ରକ୍ଷା ପାଇ ଯାଇଥିଲେ।

ବଲାଙ୍ଗୀର ଜିଆରପି ପୁଲିସ ତାଙ୍କୁ ଅଭିଭାବକଙ୍କ ସହ ଡକାଇ ଏଭଳି ଜୀବନ ପ୍ରତି ବିପଦ ଥିବା କାର୍ଯ୍ୟ ନକରିବାକୁ ବୁଝାଇଥିଲେ।

ଲିଖିତ ପ୍ରତିଶ୍ରୁତି ନେଇ ଛାଡିଥିଲେ।

କିନ୍ତୁ ଗତକାଲି ରାତିରେ ରେଳ ଧାରଣାରେ ତାଙ୍କ ଜୀବନ ଗଲା।

ଟ୍ରେନ ଧକ୍କାରେ ମୁଣ୍ଡ ଚୁରମାର ହୋଇଯାଇଥିବା ବେଳେ ଗୋଟିଏ ଗୋଡ଼ ମଧ୍ୟ କଟି ଯାଇଛି।

ପୁଲିସ ତାଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯାଉଛି।

Arrested: ମଦ୍ୟପାନ କରି ବସ୍ ଚଳାଉଥିଲେ ଡ୍ରାଇଭର, କୋରାପୁଟରେ ଗିରଫ କଲା ଟାଉନ୍ ପୁଲିସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।