Cyber ​​attacks: ୩୨ କୋଟି ଲୋକଙ୍କ ତଥ୍ୟ ଚୋରି: ବିଶ୍ବବ୍ୟାପୀ ବଢ଼ୁଛି ସାଇବର୍‌ ଆକ୍ରମଣ

Oct 10, 2026 - 10:25
Cyber ​​attacks: ୩୨ କୋଟି ଲୋକଙ୍କ ତଥ୍ୟ ଚୋରି: ବିଶ୍ବବ୍ୟାପୀ ବଢ଼ୁଛି ସାଇବର୍‌ ଆକ୍ରମଣ

"ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରଠାରୁ ବିଶ୍ବବ୍ୟାପୀ ଘଟିଥିବା ତଥ୍ୟ ଲିକ୍‌ ଓ ଚୋରି ଘଟଣା ଦ୍ବାରା ୩୨ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ସେମାନଙ୍କ ଅନେକ ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ ପଦାରେ ପଡ଼ିଛି।

ନିକେଇ ଏସିଆର ଏକ ରିପୋର୍ଟ ଅନୁସାରେ ସାଇବର୍‌ ଆକ୍ରମଣ ମାମଲା ବୃଦ୍ଧି ସହ ତଥ୍ୟ ଚୋରି ବଢ଼ିବାରେ ଲାଗିଛି।

ହ୍ୟାକର୍‌ମାନେ କୌଣସି କମ୍ପାନି କିମ୍ବା ବ୍ୟବସ୍ଥାକୁ ବିଗାଡ଼ିବା ବଦଳରେ ଏବେ ଲୋକମାନଙ୍କ ଗୋପନୀୟ ତଥ୍ୟ ଚୋରାଇବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ଚେକ୍‌ ପଏଣ୍ଟ ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ ସେପ୍ଟେମ୍ବରରେ ସଂସ୍ଥାଗୁଡ଼ିକ ସପ୍ତାହକୁ ହାରାହାରି ୨୮୦୩ ସାଇବର୍‌ ଆକ୍ରମଣକୁ ସାମନା କରିଛନ୍ତି।

ଏହା ପୂର୍ବବର୍ଷ ତୁଳନାରେ ୪୮% ଅଧିକ।

ମାଇକ୍ରୋସଫ୍ଟର ଡିଜିଟାଲ ଡିଫେନ୍ସ ରିପୋର୍ଟ ୨୦୨୬ ଅନୁସାରେ ୬୩ ପ୍ରତିଶତ ଡିଜିଟାଲ ଅନୁପ୍ରବେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତଥ୍ୟ ଚୋରି କରିବା।

Advertisment World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ "ଟିମ୍ ଇଣ୍ଡିଆ"ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାସ୍‌ପର୍‌ସ୍କାଏର ଏକ ରିପୋର୍ଟ ଅନୁସାରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ବାଧିକ ଆକ୍ରମଣର ଶିକାର ହେଉଥିବା ଦେଶ ମଧ୍ୟରେ ଭାରତ ଶୀର୍ଷରେ ରହିଛି।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ସାଇବର୍‌ ଆକ୍ରମଣ କରାଯାଉଛି।

ନିକେଇ ଏସିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଏକ ତଥ୍ୟ ଲିକ୍‌ ଘଟଣାରେ ୧୫.୩ କୋଟି ଆମେରିକୀୟ ଡ୍ରାଇଭର୍‌ଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିଲା।

ଡାର୍କ ୱେବ୍‌ରେ ସେହି ତଥ୍ୟ ରୁଷର ସାଇବର୍‌ ଅପରାଧୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ରହିଛି।

କାଜାଖସ୍ତାନର ପିଜା ବ୍ରାଣ୍ଡ୍‌ "ଡୋଡୋ" ଉପରେ ସାଇବର୍‌ ଆକ୍ରମଣ ହୋଇଥିଲା।

କମ୍ପାନିର ୬.୮ କୋଟି ଗ୍ରାହକଙ୍କ ତଥ୍ୟକୁ ସାଇବର୍‌ ଅପରାଧୀମାନେ ଚୋରାଇ ନେବା ସହ ତାହାକୁ ରୁଷ ଓ ତୁର୍କୀରେ ବିକ୍ରି କରିଥିଲେ।

ନିକେଇ ଏସିଆ ରିପୋର୍ଟରେ ୩୫ଟି ତଥ୍ୟ ଚୋରି ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ସେଥିରୁ ୨୦ଟି ଘଟଣା ଜାପାନରେ ଘଟିଥିଲା ଯାହା ଦ୍ବାରା ୫.୭ କୋଟି ଲୋକ ପ୍ରଭାବିତ ହୋଇଥିଲା।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ ଗତ ସେପ୍ଟେମ୍ବରରେ ଶିକ୍ଷା କ୍ଷେତ୍ର ଉପରେ ୬,୬୫୬ ଥର ସାଇବର ଆକ୍ରମଣ ହୋଇଥିଲା ଯାହା ପୂର୍ବବର୍ଷ ତୁଳନାରେ ୫୯ ପ୍ରତିଶତ ଅଧିକ।

ଟେଲିଯୋଗାଯୋଗ କ୍ଷେତ୍ର ଉପରେ ୩୪୮୩ ଥର ଓ ସରକାରୀ ବ୍ୟବସ୍ଥା ଉପରେ ୩,୪୪୩ ଥର ସାଇବର୍‌ ଆକ୍ରମଣ କରାଯାଇଥିଲା।

ଏହି ମାସରେ ୮୨୪ ଥର ରାନ୍‌ସମ୍‌ୱେର ଆକ୍ରମଣ ହୋଇଥିଲା ଯାହା ପୂର୍ବବର୍ଷ ତୁଳନାରେ ୫୩ ପ୍ରତିଶତ ଅଧିକ।

ପ୍ରତି ୯୧ ଇମେଲ୍‌ ମଧ୍ୟରୁ ଗୋଟିଏ ଥିଲା ଫିସିଙ୍ଗ ମେଲ୍‌।

ସାଇବର୍‌ ଆକ୍ରମଣକାରୀମାନେ ଏଆଇକୁ ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି।

ସେଥିପାଇଁ ମୋଟ ଆକ୍ରମଣ ମଧ୍ୟରୁ ୨୪ ପ୍ରତିଶତ ଥିଲା ଅତ୍ୟାଧୁନିକ ଆକ୍ରମଣ, ୧୫ ପ୍ରତିଶତ ସାମାଜିକ ବ୍ୟବସ୍ଥାର ଦୁରୁପଯୋଗ କରି ଏବଂ ୧୨ ପ୍ରତିଶତ ମାଲ୍‌ୱେର୍‌ ଜରିଆରେ ଆକ୍ରମଣ ହୋଇଥିଲା।

ଏବେ ସବୁଠୁ ବଡ଼ ବିପଦ ପାଲଟିଛି "ଆଡଭାନ୍ସଡ୍‌ ପର୍ସି‌ଟେଣ୍ଟ ଥ୍ରେଟ୍‌ (ଏପିଟି) ଯେଉଁଥିରେ ସାଇବର ଆକ୍ରମଣକାରୀମାନେ ଏକ ନେଟ୍‌ୱର୍କରେ ପ୍ରବେଶ କରି ଦୀର୍ଘଦିନ ଲୁଚି ରହୁଛନ୍ତି।

ସେମାନଙ୍କ ଉଦ୍ଦେଶ୍ୟ ହେଉଛି ଗୁଇନ୍ଦାଗିରି, ସମ୍ବେଦନଶୀଳ ତଥ୍ୟ ଚୋରାଇବା।

ଦୀର୍ଘଦିନ ଧରି ଏଥିରେ ସେହି କାମ କରାଯାଉଥିବାରୁ ସେଭଳି ଆକ୍ରମଣକୁ ଚିହ୍ନଟ କରିବା କଷ୍ଟକର ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।