Minor Girl Found Dead: ଡ୍ୟାନ୍ସ କ୍ଲାସ୍କୁ ଯାଇ ଆଉ ଫେରିଲାନି ନାବାଳିକା, ୫ ଦିନ ପରେ ମିଳିଲା ମୃତଦେହ
ଡ୍ୟାନ୍ସ ଶିଖିବାକୁ ଯାଇ ନିଖୋଜ ହୋଇଗଲା ଝିଅ ।
ଥାନାରେ ଏତଲା ସହ ଝିଅକୁ ଖୋଜିଲେ ପରିବାର ଲୋକ ।
ଦୀର୍ଘ ୫ ଦିନ ପରେ ମିଳିଲା ନିଖୋଜ ନାବାଳିକାର ଗଳିତ ମୃତଦେହ ।
ନାବାଳିକାକୁ ଜନୈକ ଯୁବକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହେଲା ପରେ ଅଭିଯୁକ୍ତର ଘରେ ପଶି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକ ।
ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଞ୍ଚଳରେ ।
Advertisment ଅଭିଯୋଗ ଅନୁସାରେ ୧୮ ତାରିଖ ଦିନ ଝିଅ ସାଙ୍ଗ ସହ ଡ୍ୟାନ୍ସ କ୍ଲାସକୁ ଯାଇଥିଲା ।
ସେଦିନ ସେ ତାଙ୍କ ଘରେ ରହି ପରଦିନ ସକାଳେ ଫେରିବ ବୋଲି ନାବାଳିକାର ଘରକୁ ଫୋନ କରି ଜଣାଇଥିଲା ସାଙ୍ଗ ।
ହେଲେ ପରଦିନ ସକାଳୁ ଆଉ କୌଣସି ଖୋଜ ଖବର ମିଳିଲାନି ।
ପରିବାର ଲୋକ ନାମ୍ପୋ ଫାଣ୍ଡିରେ ଅଭିଯୋଗ କଲେ ।
ପୋଲିସ ତଦନ୍ତ କରି ସନ୍ଦେହରେ ଜଣେ ଯୁବକକୁ ଥାନାକୁ ଉଠାଇ ଆଣି ୨ ଦିନ ପରେ ଛାଡ଼ି ଦେଇଥିବା କହିଛନ୍ତି ଲୋକେ ।
ଘଟଣାର ୫ ଦିନ ପରେ ଆଜି ବର୍ତ୍ତନା ପଞ୍ଚାୟତ ରାସ୍ତା କଡ଼ ଜଙ୍ଗଲରୁ ମିଳିଥିଲା ନାବାଳିକାର ଗଳିତ ମୃତଦେହ ।
ପାଖରେ ନାବାଳିକାର ଡ୍ରେସ ମିଳିଥିବାରୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଇଛି ।
ସାଙ୍ଗ ଘରକୁ ଯାଇଥିବା ନାବାଳିକାକୁ କାହ୍ନୁ ନାମକ ଜଣେ ଯୁବକ ଚାଓମିନ ଓ ବିରିୟାନୀ ଖାଇବାକୁ ଡାକି ନେଇ ଏଭଳି କାଣ୍ଡ କରିଥିବା ଅଭିଯୋଗ କରାଯାଇଛି ।
ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାକୁ ନେଇ ପରେ ଛାଡ଼ି ଦେଇଥିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।
ଆଜି ସ୍ଥାନୀୟ ଲୋକେ ରାସ୍ତା ଉପରେ ହଙ୍ଗାମା କରିବା ସହ ସଂପୃକ୍ତ ଅଭିଯୁକ୍ତର ଘରେ ପଶି ଭଙ୍ଗାରୁଜା କରିଛନ୍ତି ।
ଅନ୍ୟ ପକ୍ଷରେ ସବୁ ଦିଗରୁ ତଦନ୍ତ ହେଉଛି, ଯାହାର ବି ସଂପୃକ୍ତି ଥିବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ଅତିରିକ୍ତ ଏସପି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।