Powerful 7.0-Magnitude Earthquake Hits Tibet: ଶକ୍ତିଶାଳୀ ଭୂକମ୍ପ; ୧୬ ଜଣଙ୍କ ମୃତ୍ୟୁ; ୩୨ ଆହତ
ତିବ୍ବତରେ ଶକ୍ତିଶାଳୀ ଭୂମିକମ୍ପ।
ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୭.୦।
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା ଉତ୍ତର ତିବ୍ଦତର ନାଗକୁ।
ନାଗକୁ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି।
ଏହି ଭୂକମ୍ପରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।
Advertisment ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଅରୁଣାଚଳ ପ୍ରଦେଶର ପାଣ୍ଡିନ୍ ଠାରୁ ପ୍ରାୟ ୪୮୯ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ତିବ୍ଦତରେ ୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ତିବ୍ଦତ ରାଜଧାନୀ ଲାହସାରୁ ୪୦୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।
ଭୂମିକମ୍ପର ଗଭୀରତା ୧୭୩ କିଲୋମିଟର ଥିଲା ବୋଲି NCS କହିଛି।
ଏହାର କିଛି ମିନିଟ୍ ପରେ ଅରୁଣାଚଳ ପ୍ରଦେଶର ବାସରରୁ ପ୍ରାୟ ୩୨୩ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ୬ ତୀବ୍ରତାର ଆଉ ଏକ ଭୂମିକମ୍ପ ହୋଇଥିଲା।
ବଡ଼ ଭୂକମ୍ପ ପରେ ଲଗାତାର ୭ରୁ ଅଧିକ ଥର ଭୂକମ୍ପ ଝଟକାରେ ଥରିଲା ତିବ୍ଦତ।
ପ୍ରଳୟଙ୍କାରୀ ବନ୍ୟା ଛାଡ଼ିବାର ସପ୍ତାହେ ପରେ ପୁଣି ଭୂମିକମ୍ପ ଦେଖିଛି ତିବ୍ବତ।
ଅଗଷ୍ଟ ମାସରେ ନେପାଳ-ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଘଟିବାର ସପ୍ତାହ ପରେ ତିବ୍ବତରେ ଦୁଇଟି ଲଗାତାର ଭୂକମ୍ପ ଅନୁଭୂତ ହୋଇଥିଲା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।