Miscreants Remove Young Woman's Head After 42 Days: ୪୨ ଦିନ ପରେ ସମାଧି ଖୋଳି ଯୁବତୀଙ୍କ ମୁଣ୍ଡ ଗାଏବ!
ତନ୍ତ୍ରବିଦ୍ୟା ପାଇଁ ମସାଣିରେ ବୀଭତ୍ସ କାଣ୍ଡ।
ମୃତ୍ୟୁର ୪୨ ଦିନ ପରେ ସମାଧି ଖୋଳି କୁଆଁରୀ କନ୍ୟାର ମୁଣ୍ଡ କାଟିନେଲେ ଦୁର୍ବୃତ୍ତ।
ମସାଣି ଭିତରେ ରହିଛି କୁକୁଡ଼ା ବଳି ସହ ପୂଜାପାଠର ଚିହ୍ନ।
ଆଶଙ୍କା କରାଯାଉଛି, ରହିଛି ଗୁଣି ବିଦ୍ୟାର ଖେଳ।
ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ନରସିଂହଗୁଡ଼ା ଗାଁରେ ଘଟିଛି ଏଭଳି ବୀଭତ୍ସ ଘଟଣା।
Advertisment କୁହାଯାଉଛି, ହାଡ଼ଫୁଟି ହେବାରୁ ଭଗବାନ ଆସିଥିବା ବିଶ୍ୱାସ କରି ମୃତ ଯୁବତୀଙ୍କୁ ଦାହ ନକରି ଗାଁ ମସାଣିରେ ପୋତି ଦେଇଥିଲେ ପରିବାର ଲୋକେ।
ଆଉ ସେହି ମୃତଦେହକୁ ସମାଧିରୁ ଖୋଳି ମୁଣ୍ଡ କାଟିନେଲେ ଦୁର୍ବୃତ୍ତ।
ତେବେ ଏହା ପଛର ଅସଲ ରହସ୍ୟ କ'ଣ ?
ସତ ଖୋଜୁଛି ନବରଙ୍ଗପୁର ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।