05 OCTOBER 2026

Welcome!

Unlock your personalized experience.
Sign Up

Miss Universe: ମିସ୍ ୟୁନିଭର୍ସ ପାଇଁ ପ୍ରସ୍ତୁତ କାଜିଆ

Oct 05, 2026 - 05:00
Miss Universe: ମିସ୍ ୟୁନିଭର୍ସ ପାଇଁ ପ୍ରସ୍ତୁତ କାଜିଆ

ଆଗାମୀ ମିସ୍ ୟୁନିଭର୍ସ- ୨୦୨୬ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ଭାରତର ପ୍ରତିନିଧିତ୍ବ କରୁଥିବା କାଜିଆ ଲିଜ୍ ମେଜୋ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ନିଜ ସୁନ୍ଦରତା ଓ ପ୍ରତିଭା ବଳରେ ବିଶ୍ୱ ଦରବାରରେ ଭାରତକୁ ଗର୍ବିତ କରିବାର ଲକ୍ଷ୍ୟ ରଖିଥିବା କାଜିଆ, ଆୟୋଜକ ଦେଶ ପୁଏର୍ତୋରିକୋର ସଂସ୍କୃତିକୁ ଅତି ନିକଟରୁ ଜାଣିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ବିଶେଷ କରି ସେଠାକାର ପାରମ୍ପରିକ ସଙ୍ଗୀତ ଓ ସ୍ୱାଦିଷ୍ଠ ଖାଦ୍ୟ ମାଧ୍ୟମରେ ସେ ଏହି ସୁନ୍ଦର ଦ୍ୱୀପର ଜୀବନଶୈଳୀକୁ ଉପଭୋଗ କରିବାକୁ ଚାହାନ୍ତି। ଏହି ୧୯ ବର୍ଷ ବୟସ୍କା ଆଇନ ଛାତ୍ରୀ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି ଯେ ଉତ୍ତର ଆମେରିକାର କ୍ୟାରିବିଆନ୍‌ ସାଗରରେ ଅବସ୍ଥିତ ପୁଏର୍ତୋରିକୋକୁ ସେ ଖୋଲା ମନ ଓ ଆଗ୍ରହୀ ହୃଦୟ ସହିତ ଯାଉଛନ୍ତି।

Earthquake: ମହାରାଷ୍ଟ୍ରର ହିଙ୍ଗୋଳିରେ ୨.୫ ତୀବ୍ରତା ଭୂମିକମ୍ପ

ପୁଏର୍ତୋରିକୋବାସୀଙ୍କ ଜାତୀୟ ଗର୍ବର ପ୍ରତୀକ ‘ୟୋ ସୟ ବୋରିକୁଆ’ ବାକ୍ୟର ତାତ୍ପର୍ଯ୍ୟ ବୁଝାଇ ସେ କହିଛନ୍ତି ଯେ, ନିଜ ମାଟି ଓ ସଂସ୍କୃତିକୁ ଭଲ ପାଇବା ଏବଂ ସେଥିପାଇଁ ଗର୍ବ କରିବା ଭାରତୀୟ ଓ ପୁଏର୍ତୋରିକୋବାସୀଙ୍କ ଭାବନାରେ ସମାନତା ରହିଛି। ଏହି ସୁଯୋଗରେ ସେ ସେଠାକାର ସ୍ଥାନୀୟ ଲୋକଙ୍କ ସହ ମିଶିବା ସହ ସେମାନଙ୍କ ସହ ନାଚିବା ଓ ସେଠାକାର ପରିବେଶକୁ ଉପଭୋଗ କରିବାକୁ ଅପେକ୍ଷା କରିଛନ୍ତି। ଏହି ବହୁପ୍ରତୀକ୍ଷିତ ମିସ୍ ୟୁନିଭର୍ସ-୨୦୨୬ ପ୍ରତିଯୋଗିତା ଆସନ୍ତା ନଭେମ୍ବର ମାସରେ ପୁଏର୍ତୋରିକୋର ସାନ ଜୁଆନସ୍ଥିତ ପ୍ରସିଦ୍ଧ ଜୋସ୍ ମିଗୁଏଲ୍ ଆଗ୍ରେଲୋ କୋଲିସିୟମ୍ ଠାରେ ଅନୁଷ୍ଠିତ ହେବ। କାଜିଆଙ୍କର ଏହି ସକାରାତ୍ମକ ଆଭିମୁଖ୍ୟ ଏବଂ ଅନ୍ୟ ସଂସ୍କୃତି ପ୍ରତି ଥିବା ସମ୍ମାନ ତାଙ୍କୁ ପ୍ରତିଯୋଗିତାରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆଶା କରାଯାଉଛି। ସାରା ଭାରତବାସୀ କାଜିଆଙ୍କ ସଫଳତା ପାଇଁ ଶୁଭକାମନା କରିବାରେ ଲାଗିଛନ୍ତି।

India nuclear weapons: ‘ବୁଲେଟିନ୍ ଅଫ୍ ଦି ଆଟୋମିକ୍ ସାଇଣ୍ଟିଷ୍ଟ୍‌ସ’ର ଚାଞ୍ଚଲ୍ୟକର ରିପୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।