Missile Test: ସ୍ୱତନ୍ତ୍ର କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଉତ୍ତର କୋରିଆ

Oct 15, 2026 - 09:46
Missile Test: ସ୍ୱତନ୍ତ୍ର କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଉତ୍ତର କୋରିଆ

"ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ ବୁଡ଼ାଜାହାଜରୁ ଏକ ସ୍ବତନ୍ତ୍ର କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଦେଶର ପୂର୍ବ ସମୁଦ୍ରରେ ସାମରିକ ବାହିନୀ ଦୁଇ ପ୍ରକାରର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।Advertisment ରିପୋର୍ଟରେ ଏହି ଅସ୍ତ୍ରଗୁଡ଼ିକୁ ରଣନୈତିକ ଭାବରେ ବର୍ଣ୍ଣନା କରାଯାଇଛି, ଯାହାର ଅର୍ଥ ହୋଇପାରେ ଯେ, ଏଗୁଡ଼ିକ ପରମାଣୁ ଯୁଦ୍ଧାସ୍ତ୍ର ସହିତ ସଜ୍ଜିତ ହୋଇପାରେ।

କ୍ଷେପଣାସ୍ତ୍ର ବୁଡ଼ାଜାହାଜରୁ ନିକ୍ଷେପ କରାଯାଇଥିଲା କି ପାଣି ତଳେ ଥିବା ପରୀକ୍ଷଣ ପ୍ଲାଟଫର୍ମରୁ ପରୀକ୍ଷଣ କରାଯାଇଛି ଏହା ସ୍ପଷ୍ଟ ହୋଇନାହିଁ।

ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କହିଛି, ପରୀକ୍ଷଣର ଲକ୍ଷ୍ୟ ଦେଶର ପାଣିତଳ ଯୁଦ୍ଧ ପ୍ରଣାଳୀର ପ୍ରସ୍ତୁତି ସମ୍ପର୍କରେ ସୂଚନା ସଂଗ୍ରହ କରିବା।

ଦକ୍ଷିଣ କୋରିଆର ସେନା ଏହି ପରୀକ୍ଷଣ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।

ମାତ୍ର ଉତ୍ତର କୋରିଆର ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଥିବାରୁ ଦକ୍ଷିଣ କୋରିଆର ଚିନ୍ତା ବଢ଼ିବାରେ ଲାଗିଛି।

Accident: ଆଠ ବର୍ଷୀୟ ବାଳକ ଉପରେ ଚଢ଼ିଗଲା ଟ୍ରାକ୍ଟର; ଛଟପଟ ହୋଇ ଚାଲିଗଲା ଜୀବନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।