15 OCTOBER 2026

Welcome!

Unlock your personalized experience.
Sign Up

Elephant: ୪ ମାସ ହେଲା ଗଜରାଜ ବନ୍ଦୀ: ମିଳୁନି ଶୃଙ୍ଖଳିତ ପ୍ରମାଣପତ୍ର, ମୁକୁଳି ପାରୁନି ମଣିଷମରା ଦନ୍ତା

Oct 15, 2026 - 11:33
Elephant: ୪ ମାସ ହେଲା ଗଜରାଜ ବନ୍ଦୀ: ମିଳୁନି ଶୃଙ୍ଖଳିତ ପ୍ରମାଣପତ୍ର, ମୁକୁଳି ପାରୁନି ମଣିଷମରା ଦନ୍ତା

ବାରିପଦା: ଖୁଆଡ଼ରେ ବନ୍ଦୀ ହୋଇ ରହିଛି ଗଜରାଜ। ଉପରମହଲରୁ ଶୃଙ୍ଖଳିତ ପ୍ରମାଣପତ୍ର ମିଳୁ ନ ଥିବାରୁ ମୁକ୍ତ ହୋଇପାରୁ ନାହିଁ। ଅନୁଗୋଳରୁ ଆସିଥିବା ଏହି ମଣିଷମରା ଦନ୍ତା ଚାରିମାସ ହେଲା ଶିମିଳିପାଳରେ ବନ୍ଧା ହୋଇ ରହିଛି। ବିଶେଷଜ୍ଞ କହୁଛନ୍ତି, ବେଶି ଦିନ ଏଭଳି ଅବସ୍ଥାରେ ରହିଲେ ହାତୀର ଜୀବନପ୍ରତି ବିପଦ ଦେଖାଦେବ। 

IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

ସୂଚନା ଅନୁସାରେ, ମୋଟାମୋଟା କାଠର ଖୁଆଡ଼ ଭିତରେ ରହିଛି ଅନୁଗୋଳର ମଣିଷମରା ଦନ୍ତା। ଅନୁଗୋଳର ବିଭିନ୍ନ ଅଞ୍ଚଳରେ ୧୦ ଜଣଙ୍କୁ ମାରିଥିବାରୁ ସୁଧୁରିବା ଯାଏଁ ଶିମିଳିପାଳରେ ରଖିବା ଲାଗି ନିଷ୍ପତ୍ତି ହୋଇଥିଲା। ପ୍ରୋଟୋକଲ ଅନୁଯାୟୀ ଶିମିଳିପାଳ ପାଦଦେଶର କାନଛିଣ୍ଡା ବନ୍ୟଜନ୍ତୁ ଉଦ୍ଧାର କେନ୍ଦ୍ରରେ ଗତ ଜୁନ୍‌ ୪ରୁ ରହିଛି। ବିଶେଷଜ୍ଞ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ହାତୀ ଖୋଲାଆକାଶ ତଳେ ପ୍ରତିଦିନ ବୁଲିଥାଏ। ହେଲେ ବନ୍ଦୀ ହୋଇ ବେଶିଦିନ ରହିଲେ ଶାରୀରିକ ସମସ୍ୟା, ପାଦ ଓ ନଖରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ଗୋଟିଏ ସ୍ଥାନରେ ବନ୍ଧାହୋଇ ରହିବା ଦ୍ବାରା ନିଜର ମଳମୂତ୍ର ସଂସ୍ପର୍ଶରେ ଆସି ଗମ୍ଭୀର ସଂକ୍ରମଣର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। 

DMF ପାଣ୍ଠିରେ ୧୩୪ ବୁଥରେ ବିଦ୍ୟୁତ ସଂଯୋଗ, ମିଳୁନି ବିନିଯୋଗ ପ୍ରମାଣପତ୍ର

ହାତୀମାନେ ପ୍ରାକୃତିକ ଭାବେ ପ୍ରତିଦିନ ବହୁ କିଲୋମିଟର ଚାଲନ୍ତି। ସେମାନଙ୍କୁ ବହୁଦିନ ବାନ୍ଧି ରଖିଲେ ଗଣ୍ଠିଗୁଡ଼ିକ ଜାମ୍‌ ହୋଇଯାଏ। ଯାହାଫଳରେ ଅଳ୍ପବୟସରୁ ହିଁ ଗଣ୍ଠିରୋଗ ଆଶଙ୍କା ରହିଛି। ଜଞ୍ଜିର ବା ଦଉଡ଼ି ଗୋଡ଼ରେ କ୍ରମାଗତ ଭାବେ ଘଷିହେବା ଦ୍ବାରା ଗଭୀର କ୍ଷତ ସୃଷ୍ଟି ହୋଇଥାଏ। ଏହି କ୍ଷତଗୁଡ଼ିକରେ ମାଛି ବସି ପୋକ ହୋଇଯିବା ଓ ସେପ୍ଟିସେମିଆ (ରକ୍ତରେ ସଂକ୍ରମଣ) ହେବାର ଭୟ ରହିଥାଏ। ସେମାନେ ଗୋଟିଏ ସ୍ଥାନରେ ଠିଆହୋଇ ଲଗାତାର ମୁଣ୍ଡ ହଲାଇବା, ଶରୀରକୁ ଏପାଖସେପାଖ କରି ଝୁଲିବା ଭଳି ପାଗଳାମି ଆଚରଣ ପ୍ରଦର୍ଶନ କରନ୍ତି। ସାମାଜିକ ସମ୍ପର୍କରୁ ବଞ୍ଚିତ ହେବା ଓ ମାନସିକ ଚାପ ଯୋଗୁଁ ହାତୀର ମିଜାଜ ବଦଳିଯାଏ। ଅଚାନକ ହିଂସ୍ର ହୋଇ ମାହୁନ୍ତ କିମ୍ବା ଆଖପାଖର ଲୋକଙ୍କୁ ଆକ୍ରମଣ କରନ୍ତି। ପ୍ରାକୃତିକ ଜଙ୍ଗଲ ପରିବେଶରେ ରହୁଥିବା ହାତୀଙ୍କ ତୁଳନାରେ ଏଭଳି କ୍ରମାଗତ ଭାବେ ବନ୍ଧାହୋଇ ରହୁଥିବା ହାତୀଙ୍କ ଆୟୁଷ ପ୍ରାୟ ଅଧା କମିଯାଏ। ଶାରୀରିକ ଓ ମାନସିକ ନିର୍ଯାତନା ଯୋଗୁଁ ସେମାନଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମିଯାଏ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତିl ବାରିପଦା ଆର୍‌ସିସିଏଫ୍ ଡାକ୍ତର ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି ହାତୀଟି ଏବେ ସୁସ୍ଥ ଅଛି। ଅନ୍ୟ ହାତୀ ଭଳି ସ୍ୱାଭାବିକ ଆଚରଣ କରୁଛି। ପିସିସିଏଫ୍‌ଙ୍କ ନିର୍ଦ୍ଦେଶ ଆସିଲେ ହାତୀକୁ ମୁକ୍ତ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।