Missing Minor Girl Safely Rescued: କଟକ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ଜଣେ ବୃଦ୍ଧ ଅଟକ
କଟକ ଷ୍ଟେସନରୁ ନିଖୋଜ ୭ ବର୍ଷର ନାବାଳିକା ଉଦ୍ଧାର । ନାବାଳିକାକୁ ସୁରକ୍ଷିତ ଉଦ୍ଧାର କଲା କମିଶନରେଟ୍ ପୋଲିସ। ଅପହରଣ କରିଥିବା ବୃଦ୍ଧକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବୃଦ୍ଧ ଜଣକ କଟକ ବାଲିକୁଦା ଅଞ୍ଚଳର ବୋଲି ଜଣାପଡ଼ିଛି। କଟକ ବାଲିକୁଦା ଅଞ୍ଚଳରୁ CWCର ଟିମ ଏବଂ ପୋଲିସର ମିଳିତ ପ୍ରୟାସରେ ନାବାଳିକାକୁ ଉଦ୍ଧାର କରାଯାଇଛି।
ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା CWC ଅଧକ୍ଷ କହିଛନ୍ତି। ନାବାଳିକାକୁ ଉଦ୍ଧର କରିବା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ପୋଲିସ CWCକୁ ନାବାଳିକାକୁ ହସ୍ତାନ୍ତର କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି CWC ଅଧକ୍ଷ ମାନସ ରଞ୍ଜନ ବିଶ୍ୱାଳ କହିଛନ୍ତି।
ଦୁଇ ଦିନ ତଳେ କଟକ ଶିଖରପୁର ନିକଟ ରେଳ ଷ୍ଟେସନ ନିକଟରୁ ଅପହରଣ ହୋଇଥଲା ନାବାଳିକା। କମିଶନରେଟ୍ ପୋଲିସ, ଜିଆରପି ଓ ଆରପିଏଫ୍ ମିଳିତ ଭାବେ ଟିମ୍ ଗଠନ କରି ଖୋଜିଥିଲେ। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ, ବୈଷୟିକ ତଥ୍ୟକୁ ଅନୁଧ୍ୟାନ କରି ନାବାଳିକାକୁ ଅପହରଣ କରିଥିବା ବୃଦ୍ଧଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲା ପୋଲିସ।
କଟକ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର
ନାବାଳିକାକୁ ଉଦ୍ଧାର କଲା କମିଶନରେଟ୍ ପୋଲିସ
ଅପହରଣ କରିଥିବା ବୃଦ୍ଧ କଟକ ବାଲିକୁଦା ଅଞ୍ଚଳର ହୋଇଥିବା ସୂଚନା
ବାଲିକୁଦା ଅଞ୍ଚଳରୁ ନିଖୋଜ ନାବାଳିକା ଉଦ୍ଧାର
CWCର ଟିମ ଏବଂ ପୋଲିସର ମିଳିତ ପ୍ରୟାସରେ ଉଦ୍ଧାର
ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।