Missing: ଘାଇ ମୁହଁରେ ଭାସିଗଲେ ମୃଦଙ୍ଗ ବାଦକ

Aug 09, 2026 - 11:22
Missing: ଘାଇ ମୁହଁରେ ଭାସିଗଲେ ମୃଦଙ୍ଗ ବାଦକ

"ଦଶରଥପୁର: ବନ୍ୟାରେ ଭାସି ଯାଇ ବୟସ୍କ ବ୍ୟକ୍ତି ନିଖୋଜ।

ନିଖୋଜ ବ୍ୟକ୍ତି ହେଲେ ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ପାଟଣା ଗ୍ରାମର ୫୫ ବର୍ଷୀୟ ମହେଶ୍ୱର ସୁତାର।

ସେ ସକାଳ ୬.

୩୦ ସମୟରେ କାଣୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ଭାସି ଯାଇଥିବା ସୂଚନା ମିଳିଛି।

ଦଶରଥପୁର ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।Advertisment କୌଣସି ପତ୍ତା ମିଳିନାହିଁ ଗତକାଲି ଠାରୁ ବୈତରଣୀ ନଦୀ ଶାଖା କାଣୀ ନଦୀରେ ପୁଣି ଜଳସ୍ତର ବଢ଼ିବା ଯୋଗୁ ପୁଣି ଦଶରଥପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଘାଇ ହୋଇଥିବା ସ୍ଥାନ ତରପଦା ପଞ୍ଚାୟତ ଡୋଭାଵିଲ - ପାଟଣା ଠାରେ ନିର୍ମାଣଧିନ ମରାମତି ହେଉଥିବା ଘାଇ ସ୍ଥାନର ୪ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବେଶ କରିବା ସହ ପ୍ରାୟ ମରାମତି ସ୍ଥାନ ୫୦ ଫୁଟ ଭାଙ୍ଗିଦେଲାଣି।

Brown Sugar: ରାତି ଅଧରେ ବ୍ରାଉନ ସୁଗାର ବେପାରୀଙ୍କୁ ମାଡ଼ିବସିଲା ପୁଲିସ ମହେଶ୍ୱର ସୁତାର ଜଣେ ଏହି ଅଞ୍ଚଳର ଜଣାଶୁଣା କଳାକାର (ମୃଦଙ୍ଗ ବାଦକ) ଭାବେ ପରିଚିତ ଥିଲେ।

ତାଙ୍କର ୪ ଝିଅ, ୧ ପୁଅ ରହିଥିବାବେଳେ ଜଣେ ଝିଅ ବିବାହିତ ହୋଇଛନ୍ତି।

ସ୍ତ୍ରୀ ସ୍ଵର୍ଣ୍ଣଲତା ସୁତାର ଝିଅମାନଙ୍କୁ ଧରି ଅସହାୟତା ଅନୁଭବ କରି କାନ୍ଦ ବୋବାଳି କରୁଥିବା ଦେଖାଯାଇଛି।

ଏଣେ  ବଡ଼ ଭାଇ ଦୈତାରୀ ସୁତାର ତାଙ୍କ ସାନଭାଇଙ୍କୁ ତୁରନ୍ତ ଖୋଜିବାରେ ସହାୟତା ପ୍ରଦାନ କରନ୍ତୁ ବୋଲି କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।