Mission Shakti: ହାଇକୋର୍ଟରେ ୬ଶହ ମିସନ୍ ଶକ୍ତି ମାମଲାର ଶୁଣାଣି ଶେଷ: ପୁନର୍ଗଠନ ମାର୍ଗଦର୍ଶିକାକୁ ଚ୍ୟାଲେଞ୍ଜ
"କଟକ: ଏସ୍ଏଚ୍ଜି ଓ ଅନ୍ୟ ଗୋଷ୍ଠୀ ଅନୁଷ୍ଠାନଗୁଡ଼ିକର କମିଟି ପୁନର୍ଗଠନ ପାଇଁ ମିସନ୍ ଶକ୍ତି ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ବିରୋଧରେ ହାଇକୋର୍ଟରେ ବିଚାରାଧୀନ ପ୍ରାୟ ୬ଶହ ମାମଲାର ଆଜି ଶୁଣାଣି ଶେଷ ହୋଇଛି।
ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଉଭୟପକ୍ଷଙ୍କ ତରଫରୁ ଚୂଡ଼ାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ ହୋଇଥିଲା।
ହାଇକୋର୍ଟ ମାମଲାଗୁଡ଼ିକର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।
Advertisment NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ ମାମଲାର ବିବରଣୀରୁ ପ୍ରକାଶ ଯେ, ମିସନ୍ ଶକ୍ତି ବିଭାଗ କମିସନର୍ ତଥା ସଚିବଙ୍କ ତରଫରୁ ଏସ୍ଏଚ୍ଜି, ସିଏଲ୍ଏଫ୍, ଜିପିଏଲ୍ଏଫ୍, ବିଏଲ୍ଏଫ୍ ଓ ଡିଏଲ୍ଏଫ୍ର ପରିଷଦ/କମିଟି/ସବ୍-କମିଟି ପୁନର୍ଗଠନ ପ୍ରସଙ୍ଗରେ ଜାରି ମାର୍ଗଦର୍ଶିକା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ୨୦୨୫ ଜାନୁଆରି ୨୨ରେ ଚିଠି ଲେଖାଯାଇଥିଲା।
ଜଣେ ସଦସ୍ୟ ଦୁଇ ଥର ଅଫିସ ବିଅରର୍ ହୋଇପାରିବେ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିଲା।
Anna Hazare: ଆନ୍ନା ହଜାରେ ଅସୁସ୍ଥ; ଭୂତାଣୁ ସଂକ୍ରମଣ ଓ ଡିହାଇଡ୍ରେସନ୍ ଯୋଗୁଁ ବମ୍ବେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ଏପରି ମାର୍ଗଦର୍ଶିକା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଶତାଧିକ ମାମଲା ରୁଜୁ ହୋଇଥିଲା।
୨୦୨୫ ଏପ୍ରିଲ ୨୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ମିସନ୍ ଶକ୍ତି ବିଭାଗ କମିସନର ତଥା ସଚିବଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠି ସହିତ ସଂଲଗ୍ନ ମାର୍ଗଦର୍ଶିକାର ନିର୍ଦ୍ଦିଷ୍ଟ ସର୍ତ୍ତ (୫.୧୦ , ୫.୧୧, ୬.୪(ଏକ୍ସ)) ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ସୁବିର ପାଲିତ, ଆଇନଜୀବୀ ସୁକାନ୍ତ କୁମାର ଦଳାଇ, ସରକାରଙ୍କ ତରଫରୁ ଏଜିଏ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।