MMDR Row Sparks Political Heat: MMDR ପ୍ରସଙ୍ଗରେ ତେଜିଲା ରାଜନୀତି, ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ନବୀନ
ଖଣି ଏବଂ ଖଣିଜ ସଂଶୋଧନ ବିଲ୍ ବା MMDR ପ୍ରସଙ୍ଗରେ ତେଜିଲା ରାଜନୀତି। ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭିଡିଓ ଜାରି କରି ନବୀନ କହିଛନ୍ତି, ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଓଡ଼ିଶାର ଦ୍ରୁତ ବିକାଶରେ ଖଣି ଟିକସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।
MMDR ବିଲ୍ ପାସ୍ ହେବା ଓଡ଼ିଶାବାସୀଙ୍କ ପାଇଁ ଅପୂରଣୀୟ କ୍ଷତି କରିବାକୁ ଯାଉଛି। ନବୀନ କହିଛନ୍ତି, ସଂଶୋଧିତ ବିଲ୍ ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି। ଯାହାର ଜବାବ ରଖି ଖଣି ମନ୍ତ୍ରୀ ବିଭୁତି ଜେନା କହିଛନ୍ତି, ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ଲୋକଙ୍କୁ ଭ୍ରମିତ କରିବାର ଅଧିକାର କାହାର ନାହିଁ। କେବଳ ରାଜନୀତି କରିବା ପାଇଁ ନବୀନ ବାବୁ ଅଭିଯୋଗ କରୁଛନ୍ତି।...
ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର: ନବୀନ
ଲୋକଙ୍କୁ ଭ୍ରମିତ ନକରୁ ବିଜେଡି: ଖଣି ମନ୍ତ୍ରୀ
`ରାଜନୀତି କରିବା ପାଇଁ ନବୀନ ବାବୁ ଅଭିଯୋଗ କରୁଛନ୍ତି'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।