Prestigious Sarala Award Announced: ଘୋଷଣା ହେଲା ସମ୍ମାନଜନକ ଶାରଳା ପୁରସ୍କାର, ଡ. ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

Aug 19, 2026 - 21:51
Prestigious Sarala Award Announced: ଘୋଷଣା ହେଲା ସମ୍ମାନଜନକ ଶାରଳା ପୁରସ୍କାର, ଡ. ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର। କବିତା ସଂକଳନ ‘ବିଶ୍ବାସ ଦେ ପୃଥିବୀ’ ପାଇଁ ଆସନ୍ତା ଅକ୍ଟୋବର ୨୫ରେ ଆଶୁତୋଷଙ୍କୁ ମାନପତ୍ର ସହ ୭ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । CSIR-IMMTର ପୂର୍ବତନ ବୈଜ୍ଞାନିକ ହେଉଛନ୍ତି ଡକ୍ଟର ଆଶୁତୋଷ ପରିଡ଼ା। ୨୦୨୪ରେ ତାଙ୍କ କବିତା ସଂକଳନ ‘ବିଶ୍ବାସ ଦେ ପୃଥିବୀ’ ପ୍ରକାଶିତ ହୋଇଥିଲା। ଇମ୍ଫାର ସାମାଜିକ ଶାଖା ଇମ୍ଫାକ୍ଟ ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ବତ କୃତି ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି। 

ସେହିଭଳି ଚଳିତବର୍ଷ ପାଇଁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶୀ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟଙ୍କୁ ମାନପତ୍ର ସହିତ ଅଢେଇ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ।

ଏପଟେ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇଁ ମନୋନୀତ ହୋଇଥିବା ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ କହିଛନ୍ତି, ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ଡକ୍ଟର ଆଶୁତୋଷଙ୍କ ସାଧନା ଅତୁଳନୀୟ।...  

ଘୋଷଣା ହେଲା ସମ୍ମାନଜନକ ଶାରଳା ପୁରସ୍କାର
ଡ. ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର
‘ବିଶ୍ବାସ ଦେ ପୃଥିବୀ’ ପାଇଁ ପାଇବେ ଶାରଳା ପୁରସ୍କାର
ଅକ୍ଟୋବର ୨୫ରେ ଡ. ଆଶୁତୋଷଙ୍କୁ ପ୍ରଦାନ କରାଯିବ ପୁରସ୍କାର
ମାନପତ୍ର ସହ ୭ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ
ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଘୋଷଣା 
ଦୁର୍ଗାଚରଣ ରଣବୀର ଏବଂ ଡ. ଦାମୋଦର ବେହେରାଙ୍କୁ ପୁରସ୍କାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।