Mobile shop: ଅସ୍ତରଙ୍ଗ ମୋବାଇଲ ଦୋକାନରୁ ଚୋରି: ଉତ୍ତରପ୍ରଦେଶରୁ ୩ ଅଭିଯୁକ୍ତ ଗିରଫ
"ଅସ୍ତରଙ୍ଗ (ବିପିନ ବିହାରୀ ଦାସ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରସ୍ଥିତ ମହାନ୍ତି କମ୍ୟୁନିକେସନରୁ ଗତ ଅଗଷ୍ଟ ୧୭ରେ ଚୋରି ଘଟଣାରେ ତିନି ଜଣ ଅଭିଯୁକ୍ତ ଉତ୍ତରପ୍ରଦେଶ ଗିରଫ ହୋଇଛନ୍ତି।
ଅଭିଯୁକ୍ତମାନେ ଓଡ଼ିଶା ଆସିବା ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏ ସମ୍ପର୍କରେ ପୁରୀ ଏସପି ପ୍ରତୀକ ସିଂ ଆଜି ଅସ୍ତରଙ୍ଗରେ ସୂଚନା ଦେଇଛନ୍ତି।Advertisment ଉତ୍ତରପ୍ରଦେଶର ସାମଲି ଜିଲ୍ଲାର ଝିନଝାନା ଥାନା ଅନ୍ତର୍ଗତ କିଷାନ ବସ୍ତିରୁ ଜିସାନ (୫୪), ସୌକିନ (୩୫) ସମେତ ମୋବାଇଲ୍ ଦୋକାନୀ ଅବଦୁଲ କାଦିର (୨୩) ଗିରଫ ହୋଇଛନ୍ତି।
କିନ୍ତୁ ଘଟଣା ପଛରେ ମୁଖ୍ୟ ହାତ ଥିବା ଓ ମାଷ୍ଟର ମାଇଣ୍ଡ୍ ପରଭେଜ ନାମକ ଜଣେ ବ୍ୟକ୍ତି ଏବେ ବି ଫେରାର ରହିଛି।
କାକଟପୁର ଥାନା ଅନ୍ତର୍ଗତ ଭଣ୍ଡାଘର ମୁସଲମାନ ବସ୍ତିରେ ରହୁଥିଲା ବୋଲି ସୂଚନା ମିଳିଛି।
ଅଭିଯୁକ୍ତଙ୍କ ଠାରୁ ୪୦ଟି ମୋବାଇଲ ସେଟ୍ ଓ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା ଓ଼ ଦୁଇଟି ଶାବଳ ଜବତ ହୋଇଛି।
ଅସ୍ତରଙ୍ଗ ଥାନାରେ ମାମଲା ନଂ ୨୧୭/୨୬ ମୁତାବକ ଏମାନଙ୍କୁ କୋର୍ଟ ଚାଲାଣ କରିବା ପୁରୀ ଏସପି ପ୍ରତୀକ ସିଂ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।
ଏସ୍ପି ଶ୍ରୀ ସିଂ କହିଛନ୍ତି, ଅସ୍ତରଙ୍ଗ ମୁଖ୍ୟବଜାରରେ ଥିବା ମହାନ୍ତି କମ୍ୟୁନିକେସନ୍ ନାମରେ ଥିବା ଏକ ନୂଆ ମୋବାଇଲ୍ ଦୋକାନ ଉପରେ ଅଭିଯୁକ୍ତମାନଙ୍କର ଆଖି ପଡିଥିଲା।
ଦିନରେ ଫେରିବାଲା ସାଜି ବେପାର କରୁଥିବା ଅଭିଯୁକ୍ତମାନେ ରାତିରେ ଚୋରି କରିବା ନିଶା ଥିଲା।
୧୭ ଅଗଷ୍ଟ ରାତିରେ ମୋବାଇଲ୍ ଦୋକାନର ସଟର ତାଡିବା ସିସି କ୍ୟାମେରା ଭାଙ୍ଗି ନଗଦ ଟଙ୍କା ଓ ନାମିଦାମୀ ମୋବାଇଲ୍ ସେଟ୍ ଚୋରି ଉତ୍ତର ପ୍ରଦେଶ ଫେରାର ହୋଇଯାଇଥିଲେ।
ଦୋକାନର ମାଲିକ ରାଜେଶ ମହାନ୍ତି ଏ ବିଷୟରେ ଅସ୍ତରଙ୍ଗ ଥାନାରେ ଅଭିଯୋଗ ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା ସତ କିନ୍ତୁ ଲୁଟେରାଙ୍କ ବିଷୟରେ କୌଣସି ସୁରାକ ମିଳିନଥିଲା।
ଏନେଇ ବଜାର କମିଟି ପକ୍ଷରୁ ଥାନା ସମୁଖରେ ଧାରଣା ଦେବା ସହ ଦାବିପତ୍ର ଦେଇ ପୁରୀ ଏସ୍ପିଙ୍କୁ ଭେଟି ଥାନା ଅଧିକାରୀଙ୍କ ବଦଳି ପାଇଁ ଦାବି ହୋଇଥିଲା।
Theft: ମା' ନାରାୟଣୀଙ୍କ ମନ୍ଦିରରୁ ଚୋରି ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଚାରିଛକ ଥାନା ଅଧିକାରୀ ଶୁଭରାଜ ପ୍ରିୟଦର୍ଶିନୀ ମହାନ୍ତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।
ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଆପଣାଇ ବିଭିନ ସ୍ଥାନର ସିସି କ୍ୟାମେରାକୁ ଯାଞ୍ଚ ପରେ କିଛି ସୁରାକ ମିଳିଥିଲା।
ସବୁଠାରୁ ବଡ଼କଥା ହେଲା, କାକଟପୁର ଥାନା ଅନ୍ତର୍ଗତ ଭଣ୍ଡାଘରର ଏକ ବସ୍ତିରେ ରହୁଥିବା ପରଭେଜ ନାନକ ଜଣେ ଯୁବକ ଚୋରି ଘଟଣାରେ ମାଷ୍ଟର ମାଇଣ୍ଡ୍ ସାଜିଥିଲେ।
ଯିଏ ଏବେ ଫେରାର ରହିଛନ୍ତି।
ଉତ୍ତରପ୍ରଦେଶର ଜିସାନ ନାମକ ଜଣେ ବ୍ୟକ୍ତି ପୂର୍ବରୁ କାକଟପୁର ଭଣ୍ଡାଘରରେ ବିବାହ କରି କୌଣସି କାରଣରୁ ସେ ଏବେ ଉତ୍ତରପ୍ରଦେଶରେ ରହୁଛନ୍ତି।
ଏପଟେ ତାଙ୍କ ପୁଅ ପର୍ଭେଜ ଏଠି ଜଣେ ଫେରିବାଲା ବେପାରୀ ସାଜି ଚୋରି କରିବା ସାମ୍ନାକୁ ଆସିଛି।
ଗିରଫ ଦୁଇ ଅଭିଯୁକ୍ତ ମଧ୍ୟ ବିଭିନ୍ନ ସ୍ଥାନରେ ଫେରିବାଲା ବ୍ୟବସାୟ କରି ଚୋରି ଘଟଣାରେ ସମ୍ପୃକ୍ତ ଥିବା ବେଳେ ଅସ୍ତରଙ୍ଗ ବଜାରରେ ଥିବା ମହାନ୍ତି କମୁନିକେସନକୁ ଟାର୍ଗେଟ କରିଥିଲେ।
ଘଟଣା ଦିନ ରାତିରେ ଏକ ବକ୍ସର ବାଇକ୍ ଯୋଗ ଆସି ଚୋରି କରିବା ପରେ ଜାହାନିଆ ରୋଡ ଅଭିମୁଖେ ଯାଇ ଗାଡିକୁ ଜଙ୍ଗଲରେ ଫିଙ୍ଗି ଦେବା ଓ ଚୋରି ସାମଗ୍ରୀ ଧରି ଓଡିଶା ଛାଡି ଉତ୍ତର ପ୍ରଦେଶରେ ପହଞ୍ଚିଥିଲେ।
ସେଠାରେ ଚୋରା ମୋବାଇଲକୁ ସ୍ଥାନୀୟ ମୋବାଇଲ୍ ଦୋକାନୀ ଅବଦୁଲ କାଦିରକୁ ବିକ୍ରି କରିଥିଲେ।
ଏ ସମସ୍ତ ବିଷୟରେ ପୁଲିସ୍ ସ୍ୱତନ୍ତ୍ର ଟିମ୍ ହାତରେ ସୁରାକ ଲାଗିବା ପରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଗିରଫ କରି ଅସ୍ତରଙ୍ଗ ଥାନାକୁ ଅଣାଯାଇଥିଲା।
ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ଥିବା ପରଭେଜକୁ ପୁଲିସ୍ ଖୋଜୁଥିଲା ବେଳେ ଘଟଣାରେ ଅନ୍ୟକିଏ ସମ୍ପୃକ୍ତ ରହିଛି ଯାହାର ଅନୁସନ୍ଧାନ ଜାରିରହିବା କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।