Prithviraj Harichandan: ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ: କଳ୍ପନା ଛକରେ ହେବ ଫ୍ଲାଏ୍‌ଓଭର

Sep 06, 2026 - 04:41
Prithviraj Harichandan: ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ: କଳ୍ପନା ଛକରେ ହେବ ଫ୍ଲାଏ୍‌ଓଭର

"ଭୁବନେଶ୍ୱର: କଳ୍ପନା ଛକରେ ଫ୍ଲାଏଓଭର ନିର୍ମାଣ ହେବ।

ପୁରୀକୁ ଯାତାୟତ ସୁବିଧା ପାଇଁ ନୂଆ ଏଲିଭେଟେଡ୍‌ ରାସ୍ତା ନିର୍ମାଣ ହେବ।

ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି।

ଭୁବନେଶ୍ବର ଓ ପାରିପାର୍ଶ୍ବିକ ଅଞ୍ଚଳରେ ଅନେକ ରାସ୍ତାକୁ ମଞ୍ଜୁରି ମିଳିଛି ଓ ଅନେକ ପ୍ରସ୍ତାବରେ ରହିଛି।

ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏସବୁର ସମୀକ୍ଷା କରିଛନ୍ତି।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଭୁବନେଶ୍ବର ଭିଡ଼ ନିୟନ୍ତ୍ରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ରଘୁନାଥପୁର-ତ୍ରିଶୁଳିଆ ଓ ଷ୍ଟୁଡ଼ିଓ ଛକ-ନୂଆଗାଁରେ ହେବ ଏଲିଭେଟେଡ୍‌ ରାସ୍ତା ମନ୍ତ୍ରୀ ରଘୁନାଥପୁର-ତ୍ରିଶୁଳିଆ ଏଲିଭେଟେଡ୍‌ କରିଡର ରାସ୍ତା ଓ ଷ୍ଟୁଡିଓ ଛକ-ନୂଆଗାଁକୁ ଏଲିଭେଟେଡ୍‌ ରାସ୍ତା ନିର୍ମାଣ ନେଇ ଆଲୋଚନା କରିଥିଲେ।

ଏଥିସହିତ ପିପିଲି-କୋଣାର୍କ ରାସ୍ତା ନିର୍ମାଣ, ଦୟା ୱେଷ୍ଟ୍‌ର ପ୍ରଥମ ଓ ତୃତୀୟ ଫେଜ୍‌ କାର୍ଯ୍ୟର ସମୀକ୍ଷା କରିଥିଲେ।

ବୈଠକରେ ଭୁବନେଶ୍ୱର ଇନର୍‌ ରିଂ ରୋଡ୍‌ ସହ ଆଉଟର ରିଂ ରୋଡ୍‌ର ସଂଯୋଗୀକରଣ ଉପରେ ଆଲୋଚନା ହୋଇଥିଲା।

ମନ୍ତ୍ରୀ କହିଛନ୍ତି, ରାସ୍ତା, ସେତୁ ଓ କୋଠାବାଡ଼ି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନୁମୋଦନ ପାଇଛି।

ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି।

ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସବୁ ରାସ୍ତା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଥିବା ପ୍ରତିବନ୍ଧକକୁ ଦୂର କରିବା, ଜମି ଅଧିଗ୍ରହଣ ଓ ଡିପିଆର୍‌ ପ୍ରସ୍ତୁତି ନେଇ ବିଭାଗୀୟ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ।

ବୈଠକରେ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ଇଂ.

ସମୀର ହୋତା, ମୁଖ୍ୟଯନ୍ତ୍ରୀ(ସିଭିଲ୍‌) ଇଂ.

ସତ୍ୟବ୍ରତ ବେହେରା, ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.

ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ ଇଂ.

ଶିବବ୍ରତ ତରିଆ, ଓବିସିସିର ମୁଖ୍ୟ ପରିଚାଳକ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।