Modern Education: ବଦଳୁଛି ଶ୍ରେଣୀଗୃହ, ବଢ଼ୁଛି ଶିକ୍ଷକଙ୍କ ଚାପ, ପାଠପଢ଼ା ସହ ଅଭିଭାବକଙ୍କ ଚାପ

Sep 28, 2026 - 19:47
Modern Education: ବଦଳୁଛି ଶ୍ରେଣୀଗୃହ, ବଢ଼ୁଛି ଶିକ୍ଷକଙ୍କ ଚାପ, ପାଠପଢ଼ା ସହ ଅଭିଭାବକଙ୍କ ଚାପ

"ନୂଆଦିଲ୍ଲୀ: ସମୟ ବଦଳିବା ସହ ବଦଳିଛି ଶ୍ରେଣୀଗୃହର ପରିବେଶ ଓ ଶିକ୍ଷାଦାନର ଧାରା।

ଦିନେ ଯେଉଁ ଶିକ୍ଷକଙ୍କ ମୁଖ୍ୟ କାମ ଥିଲା ପାଠ ପଢ଼ାଇବା ଓ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା, ଆଜି ସେମାନଙ୍କୁ ଅନେକ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି।

ଶିକ୍ଷାଦାନ ସହ ଅଭିଭାବକଙ୍କ ସହ ଯୋଗାଯୋଗ, ଅନଲାଇନ୍ ରେକର୍ଡ ଓ ପ୍ରଶାସନିକ କାର୍ଯ୍ୟ ଶିକ୍ଷକଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି।Advertisment ଦିଲ୍ଲୀର ଶିକ୍ଷୟିତ୍ରୀ ଶାଳିନୀ ସିଂହଙ୍କ କହିବା ଅନୁଯାୟୀ, ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ପରେ ମଧ୍ୟ ରାତି ପର୍ଯ୍ୟନ୍ତ ଅଭିଭାବକଙ୍କ ଫୋନ୍ ଓ ହ୍ୱାଟ୍ସଆପ୍ ମେସେଜ୍ ଆସୁଛି।

ପିଲାଙ୍କ ସେକ୍ସନ ପରିବର୍ତ୍ତନ କିମ୍ବା ସାଙ୍ଗଙ୍କଠାରୁ ଅଲଗା ହେବା ଭଳି ପ୍ରସଙ୍ଗରେ ମଧ୍ୟ ଅଭିଭାବକମାନେ ହସ୍ତକ୍ଷେପ କରୁଛନ୍ତି।

ଫଳରେ ଶିକ୍ଷକଙ୍କ ବ୍ୟକ୍ତିଗତ ସମୟ ଉପରେ ପ୍ରଭାବ ପଡ଼ୁଛି।

ଟେକ୍ନୋଲୋଜି ଓ ପ୍ରଶାସନିକ କାର୍ଯ୍ୟ ସମ୍ଭାଳୁଛନ୍ତି ଶିକ୍ଷକ ଅନ୍ୟପଟେ, ଛାତ୍ରଛାତ୍ରୀଙ୍କ ମାନସିକ ଓ ଭାବନାତ୍ମକ ସ୍ଥିତିକୁ ବୁଝିବା ମଧ୍ୟ ଶିକ୍ଷକଙ୍କ ଦାୟିତ୍ୱରେ ସାମିଲ ହୋଇଛି।

ସୋସିଆଲ ମିଡିଆରେ ଆରମ୍ଭ ହେଉଥିବା ବିବାଦ ଶ୍ରେଣୀଗୃହରେ ପହଞ୍ଚୁଥିବାରୁ ଶିକ୍ଷକଙ୍କୁ ଏଭଳି ପରିସ୍ଥିତି ସମ୍ଭାଳିବାକୁ ପଡ଼ୁଛି।

ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ସମୟରେ ମଧ୍ୟ ଶିକ୍ଷକମାନେ ଅଧିକ ସତର୍କ ରହୁଛନ୍ତି।

ପୂର୍ବରୁ ଶିକ୍ଷକଙ୍କ କଥାକୁ ଅଧିକାଂଶ ଅଭିଭାବକ ସମର୍ଥନ କରୁଥିବା ବେଳେ ଏବେ ପିଲାଙ୍କ ପ୍ରତି ଶିକ୍ଷକଙ୍କ ବ୍ୟବହାର ଓ ଶୃଙ୍ଖଳା ରକ୍ଷା ପଦ୍ଧତି ଉପରେ ଅଧିକ ପ୍ରଶ୍ନ ଉଠୁଛି।

ତେବେ ପିଲାଙ୍କ ଭାବନାତ୍ମକ ସୁସ୍ଥତା ପ୍ରତି ଅଭିଭାବକଙ୍କ ସଚେତନତା ବଢ଼ିବା ଏକ ସକାରାତ୍ମକ ପରିବର୍ତ୍ତନ।

ଏହା ସହିତ ପିଲାଙ୍କୁ ଛୋଟ ଛୋଟ ଅସୁବିଧାର ସାମ୍ନା କରିବାକୁ ଦେବା ମଧ୍ୟ ଜୀବନର ଶିକ୍ଷା ବୋଲି ଶିକ୍ଷାବିତ୍‌ମାନେ ମତ ଦେଉଛନ୍ତି।

Amla In Mann Ki Baat: ଅଁଳାର ଗୁଣ ଗାଇଲେ ମୋଦୀ ଶିକ୍ଷକଙ୍କ ଉପରେ ବଢ଼ୁଥିବା ଏହି ଚାପ ଦୂର କରିବା ପାଇଁ ବିଦ୍ୟାଳୟ, ଅଭିଭାବକ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ଆବଶ୍ୟକ।

ଅଯଥା କାଗଜପତ୍ର କାର୍ଯ୍ୟ ହ୍ରାସ, ମାନସିକ ସ୍ୱାସ୍ଥ୍ୟ ସହାୟତା, ଉପଯୁକ୍ତ ପ୍ରଶିକ୍ଷଣ ଓ ସ୍ପଷ୍ଟ ଯୋଗାଯୋଗ ବ୍ୟବସ୍ଥା ଶିକ୍ଷକଙ୍କ କାର୍ଯ୍ୟକୁ ସହଜ କରିପାରିବ।

ଶିକ୍ଷାଦାନର ଗୁଣବତ୍ତା ବଢ଼ାଇବା ସହ ଶିକ୍ଷକଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।