Modi-Kharg: ‘ଭାଇ ସାବ୍‌ ଆପଣ ଟିକେ ବଦଳି ଯାଇଛନ୍ତି’:ମଳ୍ଲିକାର୍ଜୁନ ଖଡ଼ଗେ

Aug 12, 2026 - 18:18
Modi-Kharg: ‘ଭାଇ ସାବ୍‌ ଆପଣ ଟିକେ ବଦଳି ଯାଇଛନ୍ତି’:ମଳ୍ଲିକାର୍ଜୁନ ଖଡ଼ଗେ

"ନୂଆଦିଲ୍ଲୀ: ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ଝିଅ ରେବତୀଙ୍କ ବିବାହ ରିସେପସନ୍‌ କାର୍ଯ୍ୟକ୍ରମ ସୋମବାର ନୂଆଦିଲ୍ଲୀରେ ଅନୁ‌ଷ୍ଠିତ ହୋଇଥିବାବେଳେ ଦେଶର ସମସ୍ତ ବଡ଼ ବଡ଼ ରାଜନୈତିକ ବ୍ୟକ୍ତିତ୍ବଙ୍କୁ ଏକାଠି କରିଥିଲା।

ଦୁଇ ଦିନ ତଳେ ଅନୁ‌‌ଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ମଳ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖାଯାଇଥିଲା।Advertisment ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରିୟଙ୍କା ଗାନ୍ଧୀଙ୍କୁ ସେ କେମିତି ଅଛନ୍ତି ବୋଲି ପଚାରିଥିଲେ ବୋଲି ଏକ ଭିଡିଓ କ୍ଲିପ୍‌ରେ ଶୁଣିବାକୁ ମିଳୁଛି।

ପ୍ରିୟଙ୍କା ଭିଡିଓରେ ଦେଖାଯାଉ ନଥିଲେ ମଧ୍ୟ କହିବାର ଶୁଣିବାକୁ ମିଳୁଥିଲା ଯେ, ସାର୍‌, ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି।

ଜବାବ ପ୍ରଧାନମନ୍ତ୍ରୀ କହିଥିଲେ, "ମୁଁ ସବୁବେଳେ ପରି ସମାନ ଅଛି।" ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତର ଶୁଣି ପାଖରେ ଛିଡ଼ା ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ହସି ଉଠିଥିଲେ।

ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ କହିବାର ଶୁଣା ଯାଇଥିଲା ଯେ, "ଭାଇ ସାବ୍‌, ଆପଣ ଟିକେ ବଦଳି ଯାଇଛନ୍ତି।

କିନ୍ତୁ ସେ ତାଙ୍କ ମନ୍ତବ୍ୟ ବିଷୟରେ ବିସ୍ତାର କରିନଥିଲେ।

ଖଡ଼ଗେଙ୍କ ଏହି କଥାରେ ପ୍ରଧାନମନ୍ତ୍ରୀ ଖୁସି ହୋଇଯାଇଥିଲେ।

ଉଭୟ ପକ୍ଷ ହସିବା ପୂର୍ବରୁ ସେ ଉତ୍ତର ଦେଲେ, "ହଁ ସତରେ?" ଦୁଇ ନେତାଙ୍କ କଥା ଶୁଣି ରାହୁଲ ଗାନ୍ଧୀ ହସୁ ଥିବାର ଦେଖାଯାଇଥିଲା।

ସୋସିଆଲ ମିଡିଆରେ ଭିଡିଓଟି ପ୍ରକାଶ ପାଇବା ପରଠାରୁ ୟୁଜର୍ସମାନେ ଖଡ଼ଗେଙ୍କ ମନ୍ତବ୍ୟକୁ ଡିକୋଡ୍ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି।

ଅନେକ ମତ ଦେଇଛନ୍ତି ଯେ, ଖଡ଼ଗେ ହୁଏତ ଦିଲ୍ଲୀରେ ଛାତ୍ରଙ୍କ ପ୍ରତିବାଦ ପରେ ଜେନ୍‌ ଜିଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେଲଫି-ଷ୍ଟାଇଲ୍ ଇନଷ୍ଟାଗ୍ରାମ ଭିଡିଓ ପାଇଁ ଏପରି ଇଙ୍ଗିତ କରି କହିଛନ୍ତି।

ବିବାହ ଭୋଜିରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନାର ଆଉ ଏକ ଫଟୋ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା, ଯାହା ଏନସିପି (ଏସ୍‌ପି) ଓ ବିଜେପି ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା।

ତେବେ ସୁପ୍ରିୟା ସୁଲେ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦଳର ସାମ୍ପ୍ରତିକ ସମ୍ପର୍କ କେବଳ ମହାରାଷ୍ଟ୍ର ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଥିଲା।

ସୂଚନାଯୋଗ୍ୟ, ସୁପ୍ରିୟା ସୁଲେଙ୍କ ଝିଅ ରେବତୀ ଗତ ଜୁନ୍‌ରେ ନାଗପୁରର ଜଣେ ଶିଳ୍ପପତିଙ୍କୁ ବିବାହ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।