25 OCTOBER 2026

Welcome!

Unlock your personalized experience.
Sign Up

Modi: ଆଜି ଆସିବେ ମୋଦୀ: ଖୋରଧାକୁ ହେଲିକପ୍ଟରରେ ଯିବେ, ସଡ଼କ ପଥରେ ଫେରିବେ

Oct 25, 2026 - 03:13
Modi: ଆଜି ଆସିବେ ମୋଦୀ: ଖୋରଧାକୁ ହେଲିକପ୍ଟରରେ ଯିବେ, ସଡ଼କ ପଥରେ ଫେରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ଣରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ଅଢ଼େଇ ଘଣ୍ଟା ଓଡ଼ିଶାରେ ରହିବାକୁ ଥିବାରୁ ଭୁବନେଶ୍ବର ଓ ଖୋରଧାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଅପରାହ୍ଣ ୪ଟା ୧୦ରେ ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ଖୋର୍ଦ୍ଧାସ୍ଥିତ ଆର୍‌ବିଆଇ ଡାଟା ସେଣ୍ଟରକୁ ଯିବେ। ଅପରାହ୍ଣ ୪ଟା୪୫ରୁ ୫ଟା୪୫ ପର୍ଯ୍ୟନ୍ତ ଆର୍‌ବିଆଇ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ୫ଟା ୫୦ରେ ସଡ଼କ ପଥରେ ଭୁବନେଶ୍ବର ବିମାନବନ୍ଦରକୁ ଫେରିବେ। ୬ଟା ୩୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଭିଭିଆଇପିମାନେ ସଡ଼କ ପଥରେ ଖୋର୍ଦ୍ଧାରୁ ଭୁବନେଶ୍ବର ଫେରିବାକୁ ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଭେଟିଦେବେ ଆର୍‌ବିଆଇର ଡାଟା ସେଣ୍ଟର ଓ ସାଇବର୍‌ ସୁରକ୍ଷା ପ୍ରତିଷ୍ଠାନ

ସେହିପରି ଆର୍‌ବିଆଇର ନୂତନ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାରତର ଆର୍ଥିକ ବ୍ୟବସ୍ଥାରେ ପ୍ରଯୁକ୍ତିର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି କୁହାଯାଉଛି। ଏଗୁଡ଼ିକ ବ୍ୟାଙ୍କର କମ୍ପ୍ୟୁଟିଂ ଆବଶ୍ୟକତା ପୂରଣ କରିବା ସହ ବ୍ୟାଙ୍କ ଓ ବ୍ୟାପକ ଆର୍ଥିକ କ୍ଷେତ୍ର ପାଇଁ ଏକ ସୁରକ୍ଷିତ, ସ୍ଥିର, କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରଦାନ କରିବା ଭଳି ଡିଜାଇନ୍ କରାଯାଇଥିବା କୁହାଯାଇଛି।

Narendra Modi: ଓଡ଼ିଶାରେ ଆଜି ଆରବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ସାଇବର୍‌ ସୁରକ୍ଷା ତାଲିମ ପ୍ରତିଷ୍ଠାନ ଆର୍‌ବିଆଇର କ୍ଷମତା ନିର୍ମାଣକୁ ବୃଦ୍ଧି କରିବ। ଏହା ସାଇବର୍‌ ସୁରକ୍ଷା, ଉଦ୍ୟୋଗ-ପ୍ରଯୁକ୍ତିବିଦ୍ୟା ତାଲିମ ସହିତ ଗବେଷଣା ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥାଗତ ପ୍ଲାଟଫର୍ମ ପ୍ରଦାନ କରିବ। ଏହି ପ୍ରତିଷ୍ଠାନ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଅନ୍ୟାନ୍ୟ ଆଗଧାଡ଼ିର ପ୍ରଯୁକ୍ତିବିଦ୍ୟା ସମେତ ବିଏଫ୍‌ଏସ୍‌ଆଇ କ୍ଷେତ୍ର ସହିତ ପ୍ରାସଙ୍ଗିକ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଡବଲ୍‌ ଇଞ୍ଜିନ ସରକାର ଗଠନ ହେବା ପରେ ପ୍ରଗତିକୁ ଗତିଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଜୀ ଆସନ୍ତାକାଲି ୯ମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବାକୁ ଥିବା ଦୁଇଟି ପ୍ରକଳ୍ପ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ହେବ। ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିଶାଳ ପୁଞ୍ଜିନିବେଶ ଆଣିଛିି। ସେମିକଣ୍ଡକ୍ଟର, ଡାଟା ସେଣ୍ଟର, ଆଇଟି, ଖଣିଜଭିତ୍ତିକ ଶିଳ୍ପ, ପେଟ୍ରୋକେମିକାଲ୍ସ, ଶକ୍ତି, କୃଷି ତଥା ପର୍ଯ୍ୟଟନ କ୍ଷେତ୍ରରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ରାଜ୍ୟର ଅର୍ଥନୀତିକୁ ନୂତନ ଗତି ଦେଇଛି। ଆଗାମୀ ଦିନରେ ଓଡ଼ିଶା ପୂର୍ବ ଭାରତର ପ୍ରଗତିର ମୁଖଶାଳା ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ଗସ୍ତ ଅବସରରେ ଓଡ଼ିଶାରେ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।