Modified Bike Silencers ରୋଲର୍ ଦଳିଦେଲା ବିକଟାଳ ଶବ୍ଦକାରୀ ୩୦ରୁ ଅଧିକ ବୁଲେଟ୍ ସାଇଲେନ୍ସର
"ରାଇରଙ୍ଗପୁର: ରାଇରଙ୍ଗପୁର ସହରରେ ବିକଟାଳ ଶବ୍ଦ କରୁଥିବା ବାଇକ ଚାଳକଙ୍କ ପାଇଁ ବଡ଼ ଚେତାବନୀ।
ସହରରେ ବିକଟାଳ ଶବ୍ଦ କରି କମ୍ପାଉଥିବା ବାଇକ ଚାଳକଙ୍କ ବିରୋରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରାଇରଙ୍ଗପୁର ଟାଉନ ପୁଲିସ।
ମୋଡିଫାଏଡ ସାଇଲେନ୍ସର ଲଗାଇ ଲୋକଙ୍କୁ ଅସୁବିଧାରେ ପକାଉଥିବା ଚାଳକଙ୍କ ଗାଡ଼ିରୁ ସାଇଲେନ୍ସର ଖୋଲି ଜବତ କରାଯିବା ପରେ ସେଗୁଡ଼ିକୁ ରୋଡ ରୋଲର ଚଢ଼ାଇ ନଷ୍ଟ କରାଯାଇଛି।
Advertisment ଯାନବାହନରେ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ।
ତାଗିଦ୍ କଲା ରାଜ୍ୟ ପରିବହନ ବିଭାଗ।
ଶବ୍ଦ ପ୍ରଦୂଷଣ ରୋକିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ କରିବ ସ୍ୱତନ୍ତ୍ର ଡ୍ରାଇଭ।୩୦ରୁ ଉର୍ଦ୍ଧ୍ୱ ବାଇକରୁ ବେଆଇନ ମୋଡିଫାଏଡ ସାଇଲେନ୍ସର କୁ ଜବତ କରି ଥାନା ପରିସରରେ ଟାଉନ ଥାନା ଅଧିକାରୀ ରଞ୍ଜନ ସେଠୀଙ୍କ ଉପସ୍ଥିତିରେ ରୋଡ ରୋଲର ଚଢ଼ାଇ ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ କରିଦିଆଯାଇଛି।
ଏଭଳି ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।