Special Gram Sabha ଗାନ୍ଧୀ ଜୟନ୍ତୀରେ ସବୁ ପଞ୍ଚାୟତରେ ହେବ ସ୍ବତନ୍ତ୍ର ଗ୍ରାମସଭା
"ଭୁବନେଶ୍ୱର: ଆସନ୍ତା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ।
ଏହି ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖ ଓ ଅଂଶଗ୍ରହଣମୂଳକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି।Advertisment ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ଭାବନାକୁ ଆଧାର କରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ସ୍ଥାନୀୟ ସମସ୍ୟା, ଆବଶ୍ୟକତା, ସମ୍ଭାବନା ଓ ବିକାଶର ପ୍ରାଥମିକତା ଚିହ୍ନଟ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଏହା ସହ "ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ୨୦୨୬-୨୭" ମାଧ୍ୟମରେ ଲୋକଙ୍କ ମତାମତ ଓ ଅଂଶଗ୍ରହଣକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିର ଆଧାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।
Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀଚଳିତ ବର୍ଷର ସ୍ୱତନ୍ତ୍ର ଗ୍ରାମସଭାର ଅନ୍ୟତମ ପ୍ରମୁଖ ବିଷୟ ଭାବେ ରିଫର୍ମ ଉତ୍ସବ ରହିବ।
ଗ୍ରାମସଭାରେ ବିଭିନ୍ନ ସରକାରୀ ଯୋଜନା, ସଂସ୍କାରମୂଳକ ପଦକ୍ଷେପ ଓ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଷୟ ଉପରେ ଆଲୋଚନା ସହ ଗ୍ରାମବାସୀଙ୍କ ଅଧିକ ସକ୍ରିୟ ଭୂମିକା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।