Modi's visit: ମୋଦୀଙ୍କ ଗସ୍ତ ପୂର୍ବରୁ କାର୍କେଡ୍ ରିହର୍ସାଲ୍: ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ପର୍ଯ୍ୟନ୍ତ ଟ୍ରାଫିକ କଟକଣା
ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ସମେତ ଜଟଣୀ ଓ ଖୋର୍ଦ୍ଧା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଆଜି ଅପରାହ୍ଣରେ କମିସନରେଟ୍ ପୁଲିସ ପକ୍ଷରୁ କାର୍କେଡ୍ ରିହର୍ସାଲ୍ କରାଯାଇଛି।
ଏଥିରେ ମୋଟ ୨୮ଟି ଗାଡ଼ି ସାମିଲ ହୋଇଥିଲା ଏବଂ ବ୍ଲୁ ବୁକ୍ ନିୟମାବଳୀ ଅନୁସାରେ ଏହି ଅଭ୍ୟାସ କରାଯାଇଛି।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ନୂତନ ଡାଟା ସେଣ୍ଟର ଓ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍କୁ ଉଦ୍ଘାଟନ କରିବେ।
ଏହି ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁଲିସ, ସୁରକ୍ଷା ଏଜେନ୍ସି ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କାର୍କେଡ୍ର ଗତିବିଧି, ଯାତାୟାତ ସମନ୍ୱୟ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସ ପକ୍ଷରୁ ଆଜି ରିହର୍ସାଲ୍ କରାଯାଇଥିଲା।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହି କାର୍କେଡ୍ ଅପରାହ୍ଣ ପ୍ରାୟ ୨ଟାରେ ବାହାରି ଇନ୍ଫୋଭ୍ୟାଲି ଥାନା ନିକଟ ଆର୍ବିଆଇର ଡାଟା ସେଣ୍ଟର ପର୍ଯ୍ୟନ୍ତ ଯାଇଥିଲା ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ଭୁବନେଶ୍ବର ଫେରିଥିଲା।
ଯାତାୟାତ ପଥରେ ସୁରକ୍ଷା ବ୍ୟବସ୍ଥା, ଗାଡ଼ି ଚଳାଚଳ ଓ ବିଭିନ୍ନ ଛକରେ ଟ୍ରାଫିକ୍ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସ୍ପିଜି) ଏହି ଚାରିସ୍ତରୀୟ ସୁରକ୍ଷା ବଳୟର ସ୍ଥିତି ସମୀକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ଯାତାୟାତ ପଥରେ ଥିବା ନିର୍ମାଣାଧୀନ ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି।
Advertisment Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ ଭୁବନେଶ୍ବର: ଆର୍ବିଆଇ ଡାଟା ସେଣ୍ଟର ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଇନ୍ଫୋଭ୍ୟାଲିରୁ ସଡ଼କପଥରେ ଭୁବନେଶ୍ୱର ବିମାନବନ୍ଦରକୁ ଫେରିବେ।
ଏଥିପାଇଁ ୧୬ନମ୍ବର ଜାତୀୟ ରାଜପଥ ଓ ଭୁବନେଶ୍ୱରର ପ୍ରମୁଖ ରାସ୍ତାରେ ଆସନ୍ତାକାଲି ସନ୍ଧ୍ୟା ୫ଟା ୪୦ ମିନିଟ୍ରୁ ୬ଟା ୪୦ ମିନିଟ୍ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ଆର୍ବିଆଇ ଡାଟା ସେଣ୍ଟରରୁ ଇନ୍ଫୋଭ୍ୟାଲି ରାସ୍ତା, ତଳଖେତା ଛକ, ବାଟଭୁଆସୁଣୀ ଛକ ଦେଇ ଜାତୀୟ ରାଜପଥ-୧୬ ଓ ଜୟଦେବ ବିହାର ଛକ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି।
ଏହାପରେ ବେହେରାସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବାଟାଲିୟନ୍ ଛକ, ପାୱାର ହାଉସ୍ ଛକ, ଲୋକଭବନ ଗୋଲେଇ, ଏଜି ଛକ, ହସ୍ପିଟାଲ୍ ଛକ ଓ ଏୟାରପୋର୍ଟ ଛକ ଦେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ଲାଗୁ ହେବ।
ତେଣୁ ଲୋକେ ଏହି ସମୟ ଭିତରେ ଯାତାୟାତ କରିବାକୁ ଏହି ରାସ୍ତା ତଥା ଛକ ବଦଳରେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ତେବେ ପୁଲିସ ଗାଡ଼ି, ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।
Eye checkup camp: ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରାଜଧାନୀରେ ୯୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ।
ସୁରକ୍ଷା ଦାୟିତ୍ୱରେ ୨୨୩ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୭୧ଜଣ ଆଇଆଇସି ନିୟୋଜିତ ହେବେ।
ଏହାସହ ୩୭ ଜଣ ଏଏସ୍ପି ଓ ଡିଏସ୍ପି, ୨୦ ଜଣ ଅତିରିକ୍ତ ଏସ୍ପି ଓ ଡିସିପି ପାହ୍ୟାର ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ୱ ତୁଲାଇବେ।
ସେହିପରି ୧୦ ଜଣ ଏସ୍ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କ ସହ ୩ ଜଣ ଡିଆଇଜି ପାହ୍ୟାର ଅଧିକାରୀ ନିୟୋଜିତ ହେବେ।
ଜଣେ ଆଇଜି ପାହ୍ୟାର ଅଧିକାରୀ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।
ଏହାସହିତ ଆଣ୍ଟି ଟେରର ଟିମ, କ୍ରାଉଡ କଣ୍ଟ୍ରୋଲ ଟିମ, ଲ ଆଣ୍ଡ ଅର୍ଡର ଟିମ, ଟ୍ରାଫିକ ରୁଟ ପ୍ଲାନିଂ ଟିମ ଆଦି ବିଭିନ୍ନ ଭାଗରେ ବିଭକ୍ତ କରାଯାଇ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।