Monkey Attack Tragedy: ମାଙ୍କଡ଼ ଆତଙ୍କ ଉଜାଡ଼ିଦେଲା ସଂସାର! ଛାତରୁ ଖସି ଚାଲିଗଲା ଦେଢ଼ ବର୍ଷର ଶିଶୁର ଜୀବନ

Oct 29, 2026 - 09:48
Monkey Attack Tragedy: ମାଙ୍କଡ଼ ଆତଙ୍କ ଉଜାଡ଼ିଦେଲା ସଂସାର! ଛାତରୁ ଖସି ଚାଲିଗଲା ଦେଢ଼ ବର୍ଷର ଶିଶୁର ଜୀବନ

ମାଙ୍କଡ଼ଠୁ ରକ୍ଷା ପାଇବାକୁ ଯାଇ ଉଜୁଡ଼ିଗଲା ସଂସାର।

କୁନି ଛୁଆକୁ ଧରି ଛାତରୁ ଖସିପଡ଼ିଲେ ମାଆ।

ଅକାଳରେ ଚାଲିଗଲା ନିରୀହ ଜୀବନ।

ଉତ୍ତର ପ୍ରଦେଶର କୌଶାମ୍ବି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା।

ମହେୱା ଘାଟ ଥାନା ଅନ୍ତର୍ଗତ ଅଧୌଲି ଗ୍ରାମରେ ମାଙ୍କଡ଼ ଆକ୍ରମଣରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗ୍ରାମର କୋମଲ ଦେବୀ ନିଜର ଦେଢ଼ ବର୍ଷର ପୁଅ ଶୌର୍ଯ୍ୟକୁ କୋଳରେ ଧରି ଘର ଛାତ ଉପରେ ବସିଥିଲେ।

ଏହି ସମୟରେ ହଠାତ୍ ଏକ ମାଙ୍କଡ଼ ଦଳ ସେମାନଙ୍କ ଉପରକୁ ଆକ୍ରମଣ କରିବାକୁ ମାଡ଼ି ଆସିଥିଲେ।

Advertisment ମାଙ୍କଡ଼ ଦଳକୁ ଦେଖି କୋମଲ ବ୍ୟାକୁଳ ହୋଇପଡ଼ିଥିଲେ ଏବଂ ନିଜ ଶିଶୁ ପୁତ୍ରର ଜୀବନ ରକ୍ଷା କରିବା ପାଇଁ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଭୟରେ ଦୌଡ଼ୁଥିବା ବେଳେ ହଠାତ୍ ସେ ନିଜର ଭାରସାମ୍ୟ ହରାଇ ବସିଥିଲେ ଏବଂ କୋଳରେ ଶିଶୁଟିକୁ ଧରି ସିଧାସଳଖ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ ।

ତଳ ଚଟାଣରେ କଚାଡ଼ି ହୋଇ ପଡ଼ିଯିବାରୁ ଉଭୟ ମା ଓ ପୁଅ ଗୁରୁତର ହୋଇପଡ଼ିଥିଲେ ।

ଘଟଣା ପରେ ପରିବାର ଲୋକେ ତୁରନ୍ତ ଦୁହିଁଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କୁନି ପୁଅ ପ୍ରାଣ ହରାଇଛି।

ଅପରପକ୍ଷେ, ମା' କୋମଲ ଦେବୀଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।