MoU: ଏଆଇ ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହେବେ ଛାତ୍ରଛାତ୍ରୀ
"ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଏବଂ ସିଏସଆର ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ ଆଦି ଅନୁଷ୍ଠାନ ମଧ୍ୟରେ ୩ଟି ବୁଝାମଣା ପତ୍ର ସ୍ଵାକ୍ଷରିତ କରିଛି।
ଏଥିସହ ନାସକମ୍ ସହାଭାଗିତାରେ 'ଏଆଇ କୋର୍ସ ଫର୍ ଅଲ୍' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ଓଡ଼ିଶାର ୪୦ଜଣ ଅଧ୍ୟାପକଙ୍କୁ ଇଡିଆଇଆଇ, ଅହମଦାବାଦ ଅନୁଷ୍ଠାନକୁ ଏକ୍ସପୋଜର ଭିଜିଟ୍ ପାଇଁ ପଠାଇବା, ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କର କାର୍ଯ୍ୟ ଦକ୍ଷତା ପାଇଁ 'ଆକାଡେମିକ୍ ପରଫରମାନ୍ସ ଆସେସମେଣ୍ଟ ପୋର୍ଟାଲ' ଏବଂ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ପରୀକ୍ଷାମାନଙ୍କରେ ପ୍ରଶ୍ନପତ୍ରର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ 'ପ୍ରଶ୍ନବ୍ୟାଙ୍କ ପୋର୍ଟାଲ'ର ଶୁଭାରମ୍ଭ ହୋଇଛି।Advertisment କଳିଙ୍ଗ ଷ୍ଟାଡିୟମ୍ ଟେନିସ ସେଣ୍ଟର ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଉଚ୍ଚଶିକ୍ଷା ବିଭାଗ ଓ ଆଇବିଏମ୍-ସିଏସଆର ବକ୍ସ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ରାଜ୍ୟର ୧ ଲକ୍ଷ ୨୫ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ କରାଯିବ।
କଳା, ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍ର ଛାତ୍ରଛାତ୍ରୀମାନଙ୍କୁ ଏହା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ।
କୃତ୍ରିମ ବୁଦ୍ଧିମତା (ଏଆଇ), ଡିଜିଟାଲ ସାକ୍ଷରତା, ଏଣ୍ଟ୍ରପ୍ରାଇଜ ଡିଜାଇନ ଥିଙ୍କିଙ୍ଗ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଆଦି ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ କୋର୍ସ, ବିଭିନ୍ନ କର୍ମଶାଳା ଏବଂ ପ୍ରୋଜେକ୍ଟ ଲର୍ନିଙ୍ଗ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ବିଶେଷ ଭାବରେ ଓଡ଼ିଶାର ଉପାନ୍ତ ଓ ଆକାଂକ୍ଷୀ ଜିଲ୍ଲାର ୧୦୭ଟି ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ଏଥିସହ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବ।
ଉଚ୍ଚଶିକ୍ଷା ବିଭାଗ ଓ ନନ୍ଦୀ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଧ୍ୟୟନରତ ଶେଷ ବର୍ଷର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ଏହା ଅଧୀନରେ ଛାତ୍ରୀମାନଙ୍କୁ ଅଫ୍ଲାଇନ ମୋଡରେ ବିତ୍ତୀୟ ସାକ୍ଷରତା, କ୍ରିଟିକାଲ ଥିଙ୍କିଙ୍ଗ, ପବ୍ଲିକ ସ୍ପିକିଙ୍ଗ, କମ୍ୟୁନିକେସନ ସ୍କିଲ ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହାକି ନିଯୁକ୍ତି କ୍ଷେତ୍ରରେ ଛାତ୍ରୀମାନଙ୍କ ପାଇଁ ସହାୟକ ହେବ।
WALMI Signs 3 MoUs ଜଳ ସମ୍ପଦ ପରିଚାଳନା ନିମନ୍ତେ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ଓକେସିଏଲ ସହ ହୋଇଥିବା ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ଡିଜିଟାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ୩୦ ଘଣ୍ଟାର କମ୍ୟୁନିକେସନ ସ୍କିଲ ପ୍ରୋଗ୍ରାମ, ୧୦ ଘଣ୍ଟାର ଏଆଇ ଆଧାରିତ କୋର୍ସ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ୫ ଘଣ୍ଟାର ଏଆଇ ଓରିଏନଣ୍ଟେସନ କୋର୍ସ ପ୍ରଦାନ କରାଯିବ।
ନାସକମ୍ ସହଭାଗିତାରେ ଆଜି 'ଏଆଇ କୋର୍ସ ଫର ଅଲ୍' କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି।
ଏହା ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଏଆଇ କ୍ଷେତ୍ରରେ ଦକ୍ଷତା ବିକାଶ କରାଯିବ।
ଅନ୍ଲାଇନ ମାଧ୍ୟମରେ ଏଆଇ କୋର୍ସ ପ୍ରଦାନ କରାଯିବା ଦ୍ୱାରା ୧ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।