MOU: ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ-ନାଲ୍‌କୋ ଏମ୍‌ଓୟୁ: ଅନୁଗୋଳ ସ୍ମେଲଟରରେ ୦.୫ ନିୟୁତ ଟନ୍‌ ସମ୍ପ୍ରସାରଣ

Sep 07, 2026 - 22:05
MOU: ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ-ନାଲ୍‌କୋ ଏମ୍‌ଓୟୁ: ଅନୁଗୋଳ ସ୍ମେଲଟରରେ ୦.୫ ନିୟୁତ ଟନ୍‌ ସମ୍ପ୍ରସାରଣ

"ଭୁବନେଶ୍ବର: ଅନୁଗୋଳ ସ୍ମେଲଟରରେ ବାର୍ଷିକ ୦.୫ ନିୟୁତ ଟନ୍‌ ସମ୍ପ୍ରସାରଣ ପାଇଁ ନାଲ୍‌କୋ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ର ଏମିରେଟ୍‌ସ ଗ୍ଲୋବାଲ୍‌ ଆଲୁମିନିୟମ (ଇଜିଏ) ସହ ସହଯୋଗିତା ସ୍ଥାପନ କରାଯାଇଛି।

ୟୁଏଇ ବିକଶିତ ଡିଏକ୍ସ ପ୍ଲସ୍‌ ଅଲ୍‌ଟ୍ରା ଆଲୁମିନିୟମ ସ୍ମେଲଟିଂ ପ୍ରଯୁକ୍ତିକୁ ନାଲ୍‌କୋ ବ୍ୟବହାର କରିବ।

ନାଲ୍‌କୋ ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ ଓ ଇଜିଏର ସିଇଓ ଅବଦୁଲନାସେର ବିନ କଲବାନଙ୍କ ଉପସ୍ଥିତିରେ ଏହି ବୁଝାମଣା ହୋଇଛି।Advertisment ଆହୁରି ପଢ଼ନ୍ତୁ: Westbengal: ପଶ୍ଚିମବଙ୍ଗରେ ମହାଷ୍ଟମୀ ଦିନ ମଦ ବନ୍ଦ: ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ବାଜିବନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୯-୧୧ ପର୍ଯ୍ୟନ୍ତ ୟୁଏଇ ଗସ୍ତ କରିବାର ଥିବା ବେଳେ ତାହାର ଅବ୍ୟବହିତ ପୂର୍ବରୁ ଏହି ଚୁକ୍ତି ହୋଇଛି।ଅନୁଗୋଳ ସ୍ମେଲଟରରେ ନାଲ୍‌କୋର ସମ୍ପ୍ରସାରଣ ପରେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧ ନିୟୁତ ଟନ ଆଲୁମିନିୟମ ଆଡ଼କୁ ଆଗେଇ ନେବ।

ଶ୍ରୀ ସିଂହ କହିଛନ୍ତି, ଏହି ସମ୍ପ୍ରସାରଣ ପରେ ଆମ ଅନୁଗୋଳ ସ୍ମେଲଟର ଦେଶର ଏକ ଅଗ୍ରଣୀ ତଥା ଦକ୍ଷତା ସମ୍ପନ୍ନ ସ୍ମେଲଟର ଭାବେ ଉଭା ହେବ।

ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧି, ପରିବେଶଗତ ଦକ୍ଷତା ଓ ଏକ ବିକଶିତ ଭାରତ ଗଠନ ଦିଗରେ ସହାୟକ ହେବ।

ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଜଗଦ୍ଦୀଶ ଅରୋରା, ନିର୍ଦ୍ଦେଶକ (ଅର୍ଥ) ଅଭୟ କୁମାର ବେହୁରିଆ, ମୁଖ୍ୟ ମହାପ୍ରବନ୍ଧକ (ପ୍ରକଳ୍ପ) ବିଜୁ କେ ଓ ଇଜିଏର ଉପାଧ୍ୟକ୍ଷ (ମିଡ୍‌ଷ୍ଟ୍ରିମ୍‌) ଅବଦୌଲା ଜାରୌନି ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।