Odisha Cabinet Approves ୪୭ତମ ରାଜ୍ୟ କ୍ୟାବିନେଟ୍ ରେ ୧୮ ପ୍ରସ୍ତାବ ଅନୁମୋଦିତ

Sep 07, 2026 - 22:05
Odisha Cabinet Approves ୪୭ତମ ରାଜ୍ୟ କ୍ୟାବିନେଟ୍ ରେ ୧୮ ପ୍ରସ୍ତାବ ଅନୁମୋଦିତ

"ଭୁବନେଶ୍ବର:  ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୭ତମ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ ଲାଭ କରିଛି।

Advertisment State cabinet: ରାଜ୍ୟ କ୍ୟାବିନେଟ୍‌ରେ ୬ଟି ବିଭାଗର ୧୦ଟି ପ୍ରସ୍ତାବ ଗୃହୀତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମାଝିଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ବିଭାଗୀୟ ମନ୍ତ୍ରୀ ଓ ସମ୍ପୃକ୍ତ ସଚିବମାନେ ଉପସ୍ଥିତ ଥିଲେ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୈଠକର ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ତଥ୍ୟ ରଖିଥିଲେ।

ଆଜିର ବୈଠକରେ ପ୍ରସ୍ତାବିତ ଓ ଗୃହୀତ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଓଡ଼ିଶା ଜନ ବିଶ୍ବାସ ବିଲ୍-୨୦୨୬ ଅନୁମୋଦିତ ହୋଇଛି।

ଏହା ସହ ଜଗନ୍ନାଥ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ବିଲ୍, ଉଦ୍ୟାନ କୃଷି ସେବା କ୍ୟାଡ଼ର ପୁର୍ନଗଠନ, ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା କ୍ୟାଡ଼ର ଗଠନ,  ଅବସର ନେବାର ବ‌‌‌ର୍ଷେ ମଧ୍ୟରେ ପେନ୍‌ସନ୍ ନମିଳିଲେ ୭ହାର ସୁଧ ସହିତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Cabinet: ୧୧ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ: ଚାଷୀ, ଗରିବ, ଜନଜାତିଙ୍କୁ ଖୁସି କଲେ ଅନୁରୂପ ଭାବେ ଜନସମ୍ପଦ ବିଭାଗର ୨ଟି ଯୋଜନା ଅନୁମୋଦିତ ଲାଭ କରିଛି।

ଓଡ଼ିଶା ବେସାମରିକ ସେବା(ପେନସନ) ନିୟମାବଳୀ ଲାଗୁ କରାଯାଇଛି।

୬୫୦କୋଟି ଟଙ୍କାର ବୋଇତ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ଅମଲା ସେବା ନିୟମ-୨୦୨୬ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଅନୁମୋଦନ ଲାଭ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।