Mrinal Thakur: ୪ ବର୍ଷର ଅପେକ୍ଷା ପରେ ରିଲିଜ୍ ହେବ ମୃଣାଲ ଠାକୁରଙ୍କ ଥ୍ରୀଲର୍ ଫିଲ୍ମ 'ପୂଜା ମେରୀ ଜାନ୍'

Sep 20, 2026 - 20:33
Mrinal Thakur: ୪ ବର୍ଷର ଅପେକ୍ଷା ପରେ ରିଲିଜ୍ ହେବ ମୃଣାଲ ଠାକୁରଙ୍କ ଥ୍ରୀଲର୍ ଫିଲ୍ମ 'ପୂଜା ମେରୀ ଜାନ୍'

"ନୂଆଦିଲ୍ଲୀ: ଅଭିନେତ୍ରୀ ମୃଣାଲ ଠାକୁର ଏବଂ ହୁମା କୁରୈଶୀଙ୍କ ବହୁପ୍ରତୀକ୍ଷିତ ଥ୍ରୀଲର୍ ଫିଲ୍ମ 'ପୂଜା ମେରୀ ଜାନ୍' ୪ ବର୍ଷର ଦୀର୍ଘ ଅପେକ୍ଷା ପରେ ରିଲିଜ୍ ହେବାକୁ ଯାଉଛି।

୨୦୨୨ ମସିହାରେ ଫିଲ୍ମର ସୁଟିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ କାମ ସରିଥିଲେ ମଧ୍ୟ କିଛି କାରଣରୁ ଏହା ସିନେମାହଲରେ ମୁକ୍ତିଲାଭ କରିପାରି ନଥିଲା।

ତେବେ ବର୍ତ୍ତମାନ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।Advertisment କେବେ ଏବଂ କେଉଁଠି ଦେଖିପାରିବେ?ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଜି ୫ (ZEE5)ରେ ଆସନ୍ତା ୨ ଅକ୍ଟୋବର ଦିନ ରିଲିଜ ହେବ | ନବଜୋତ ଗୁଲାଟିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ଦିନେଶ ବିଜାନ ଏବଂ ଅମର କୌଶିକ ପ୍ରଯୋଜନା କରିଛନ୍ତି।

ନିକଟରେ ଜାରି କରାଯାଇଥିବା ଟିଜରରୁ ଜଣାପଡ଼ିଛି ଯେ, ଫିଲ୍ମରେ ହୁମା କୁରୈଶୀ ଜଣେ ଓକିଲ ଭୂମିକାରେ ନଜର ଆସୁଥିବା ବେଳେ ମୃଣାଲ ଠାକୁର ଜଣେ ଯୁବତୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଏହା ପ୍ରେମ, ଆବେଗ ଏବଂ ରହସ୍ୟରେ ଭରା ଏକ ଲଭ୍ ଷ୍ଟୋରୀ ଥ୍ରୀଲର୍।

ଆହୁରି ପଢନ୍ତୁ: Women Startup: ଭୁବନେଶ୍ୱରରେ ୨ୟ ଓଡବ୍ଲ୍ୟୁଏସ୍‌ସି ବିଜ୍‌ନେସ୍ କନକ୍ଲେଭ୍ ମୃଣାଲ ଠାକୁର ନିକଟରେ 'ହୈ ଜବାନୀ ତୋ ଇସ୍କ ହୋନା ହୈ', 'ଡକୈତ: ଏ ଲଭ୍ ଷ୍ଟୋରୀ' ଏବଂ 'ଦୋ ଦିୱାନେ ସହର ମେ' ଭଳି ଫିଲ୍ମରେ ନଜର ଆସିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।