‘MSMEର ବିକାଶରେ ସିଏମ୍ଏଙ୍କ ଭୂମିକା’ ସମ୍ପର୍କୀତ ସଦସ୍ୟ ସମ୍ମିଳନୀ
"ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ ଇଣ୍ଡିଆ (ଆଇସିଏମ୍ଏଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ "MSMEs-Role of CMAs as Catalysts for Viksit Bharat" (ଏମ୍ଏସ୍ଏମ୍ଇର ବିକାଶରେ ସିଏମ୍ଏ ମାନଙ୍କ ଭୂମିକା)ବିଷୟ ସମ୍ପର୍କୀତ ଏକ ସଦସ୍ୟ ସମ୍ମିଳନୀ ଭୁବନେଶ୍ୱରର ସିଏମ୍ଏ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।
ସଦସ୍ୟ, ବୃତ୍ତିଧାରୀ ଓ ହିତାଧିକାରୀଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଏଥିରେ ଯୋଗଦେଇଥିଲେ।
Advertisment ଏହି ସମ୍ମିଳନୀରେ ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବା ସହିତ ବିକଶିତ ଭାରତ ଗଠନରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡିକର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
କଷ୍ଟ ମ୍ୟାନେଜମେଣ୍ଟ, ଆର୍ଥିକ ଯୋଜନା, ଋଣନୀତିକ ନିଷ୍ପତ୍ତି, ନିୟମାକୀୟ ଅନୁପାଳନ ଏବଂ ସ୍ଥାୟୀ ବ୍ୟବସାୟ କ୍ଷେତ୍ରରେ ସିଏମ୍ଏ କିପରି ଏମ୍ଏସ୍ଏମ୍ଇର ବିକାଶରେ ଉତ୍ପ୍ରେରକ ଭାବେ କାର୍ଯ୍ୟକରିପାରିବ ସେ ସମ୍ପର୍କରେ ମତ ବିନିମୟ ହୋଇଥିଲା।
ଉଦ୍ଘାଟନୀ ଅଧିବେସନରେ ମୁଖ୍ୟ ଅତିଥି ଭାବେ ନ୍ୟାଶନାଲ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (ଏନ୍ଏସ୍ଆଇସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂସୁ ଶେଖର ଆଚାର୍ଯ୍ୟ ଯୋଗଦେଇଥିଲେ।
ମୁଖ୍ୟ ପୃଷ୍ଠପୋଷକ ଭାବେ ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ ଇଣ୍ଡିଆର ସଭାପତି ସିଏମ୍ଏ ଚିତ୍ତ ରଞ୍ଜନ ଚଟ୍ଟୋପାଧ୍ୟୟ ଉପସ୍ଥିତ ଥିଲେ।
ସମ୍ମାନିତ ଅତିଥି ଭାବେ ଆଇସିଏମ୍ଏଆଇ-ଇଆଇଆର୍ସିର ଅଧ୍ୟକ୍ଷ ସିଏମ୍ଏ ଦାମୋଦର ମିଶ୍ର ଯୋଗଦେଇଥିଲେ।
ଟେକ୍ନିକାଲ ଅଧିବେସନରେ ଏନ୍ଏସ୍ଆଇସି ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ଅଞ୍ଚଳ ମହାପ୍ରବନ୍ଧକ ମନୋଜ ମୋହନ ସିହ୍ନା ଏବଂ ଏନ୍ଏସ୍ଆଇସି ଭୁବନେଶ୍ୱରର ଉପ-ମହାପ୍ରବନ୍ଧକ ସିଏମ୍ଏ କମଳଲୋଚନ ନାୟକ ଏମ୍ଏସ୍ଏମ୍ଇ କ୍ଷେତ୍ରର ସୁଯୋଗ, ଆହ୍ୱାନ ଓ ବୃତ୍ତିଗତଙ୍କ ଭୂମିକା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।
MSME: ୫ ବର୍ଷରେ ୩୪୫୩ ଏମ୍ଏସ୍ଏମ୍ଇ ବନ୍ଦ: ଖୋରଧା, କଟକ, ଗଞ୍ଜାମରେ ଅଧିକ ଭୁବନେଶ୍ୱର ଚାପ୍ଟରର ପୂର୍ବତନ ଅଧ୍ୟକ୍ଷ ସିଏମ୍ଏ ଶରତ କୁମାର ବେହେରା ଟେକ୍ନିକାଲ ଅଧିବେସନରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିଥିଲେ।
ଆଇସିଏମ୍ଏଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସିଏମ୍ଏ ଅବିନାଶ କୋଟ୍ନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ସିଏମ୍ଏ ସୌମ୍ୟରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।