CJP: ପୁଣି ‘ଦିମାଗୀ ନକ୍ସଲ’ ମନ୍ତବ୍ୟ ନେଇ ମୋଦୀଙ୍କୁ ସିଜେପିର ସମାଲୋଚନା

Sep 06, 2026 - 19:38
CJP: ପୁଣି ‘ଦିମାଗୀ ନକ୍ସଲ’ ମନ୍ତବ୍ୟ ନେଇ ମୋଦୀଙ୍କୁ ସିଜେପିର ସମାଲୋଚନା

"ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ୍‌ ଅଫ୍‌ କମର୍ସ (ଏସ୍‌ଆର୍‌ସିସି)ର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି "ଦିମାଗୀ ନକ୍ସଲ" ଶବ୍ଦ ବ୍ୟବହାର କରିବାକୁ ନେଇ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଯୁବପିଢ଼ି ଓ ସରକାରଙ୍କୁ ପ୍ରଶ୍ନ କରୁଥିବା ଛାତ୍ରଙ୍କୁ ଏଭଳି ନାମରେ ଚିହ୍ନିତ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସିଜେପିର ସହ-ସଂଯୋଜକ ସୌରଭ ଦାସ କହିଛନ୍ତି।Advertisment ଆହୁରି ପଢନ୍ତୁ: Government order: ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ୭ଦିନ ଭିତରେ ସାରିବାକୁ ନିର୍ଦ୍ଦେଶ ଶନିବାର ଏସ୍‌ଆର୍‌ସିସିର ଶତବାର୍ଷିକୀ ସମାରୋହରେ ପ୍ରାୟ ୫୦ ମିନିଟ୍‌ ଭାଷଣ ଦେଇଥିଲେ ମୋଦୀ।

ତାଙ୍କ ଭାଷଣରେ ସେ ଗତ ମାସର ସ୍ୱାଧୀନତା ଦିବସ ଅଭିଭାଷଣରେ କହିଥିବା "ଦିମାଗୀ ନକ୍ସଲ" ପ୍ରସଙ୍ଗ ଉଠାଇଥିଲେ।

ମୋଦୀ କହିଥିଲେ, ସେ "ଦିମାଗୀ ନକ୍ସଲ" ନାମକ ହୋମିଓପାଥିକ୍‌ ଔଷଧ ଦେବା ପରେ ଏଭଳି ଚିନ୍ତାଧାରାର ଲୋକମାନେ ଜଣକ ପରେ ଜଣେ ସାମ୍ନାକୁ ଆସିଛନ୍ତି ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କ ପ୍ରକୃତ ରୂପ ମଧ୍ୟ ଜନସାଧାରଣ ଦେଖୁଛନ୍ତି।

ଆହୁରି ପଢନ୍ତୁ: Accident: ଫୋନ୍‌ ଧରିବାକୁ ରାସ୍ତାକଡ଼ରେ ବାଇକ୍‌ ରଖିବା ପରେ ଦ୍ରୁତଗାମୀ କାର୍‌ ମାଡ଼ିଗଲା; ପରିବାରର ୩ ମୃତ ଏହାକୁ ବିରୋଧୀଙ୍କ ପ୍ରତି ପରୋକ୍ଷ ଆକ୍ରମଣ ଭାବେ ଦେଖାଯାଉଛି।

ମୋଦୀଙ୍କ ଏହି ମନ୍ତବ୍ୟକୁ ନେଇ ସିଜେପି ସହ-ସଂଯୋଜକ ସୌରଭ ଦାସ କହିଛନ୍ତି, ଦେଶର ଏକ ପ୍ରମୁଖ କଲେଜ୍‌କୁ ଯାଇ ପ୍ରଶ୍ନ କରୁଥିବା ଯୁବପିଢ଼ିଙ୍କୁ ପୁଣି "ଦିମାଗୀ ନକ୍ସଲ" କହିବା ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ଲଜ୍ଜାଜନକ କାର୍ଯ୍ୟ ମଧ୍ୟରୁ ଗୋଟିଏ।

ଶିକ୍ଷକ ଦିବସରେ ଏଭଳି ମନ୍ତବ୍ୟ ନ ଦେଇ ମୋଦୀ ଛାତ୍ର ଓ ଶିକ୍ଷକଙ୍କ ସମସ୍ୟା ଉପରେ କଥା ହେବା ଉଚିତ ଥିଲା ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।