MT Sanmar Herald Reaches Paradip: ଗୁଳିମାଡ଼ ଖାଇ ସବୁ ବାଧାବିଘ୍ନ ଟପି ପହଞ୍ଚିଲା ସନମର୍ ହେରାଲ୍ଡ
ହର୍ମୁଜ୍ ସଙ୍କଟ ପାର୍ କରି, ଇରାନ ଗୁଳିମାଡ଼କୁ ଟପି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ। ମଧ୍ୟପ୍ରାଚ୍ୟର ଉତ୍ତେଜନା ମଧ୍ୟରେ ଶେଷରେ ପାରାଦୀପ ବନ୍ଦରରେ ପହଞ୍ଚିଛି ତୈଳବାହୀ ଜାହାଜ MT ସନମର୍ ହେରାଲ୍ଡ। ଜାହାଜଟି ଇରାକରୁ ପ୍ରାୟ ୨ ମିଲିୟନ୍ ବ୍ୟାରେଲ୍ ବାସ୍ରା ମିଡିୟମ୍ ଓ ବାସ୍ରା ହେଭି କ୍ରୁଡ୍ ଅଏଲ୍ ନେଇ ଆସିଛି।
ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ନିକଟରେ ଏହି ଜାହାଜ ଉପରେ ଗୁଳିମାଡ଼ ହୋଇଥିଲା। ପରେ ଜାହାଜଟି ଯାତ୍ରାପଥ ବଦଳାଇ ସୁରକ୍ଷିତ ଭାବେ ଭାରତ ଅଭିମୁଖେ ଯାତ୍ରା ଜାରି ରଖିଥିଲା। ସବୁ ବାଧାବିଘ୍ନ ଟପି ପାରାଦୀପରେ ପହଞ୍ଚିବା ପରେ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କ୍ୟାପଟେନ୍ ଓ ନାବିକମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।