MTS Recruitment: ୮ମ ଓ ୧୦ମ ପାସ୍ ଯୁବକ-ଯୁବତୀଙ୍କ ପାଇଁ ୨୮୬୩ ପଦବିରେ ନିଯୁକ୍ତି ସୁଯୋଗ
"ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସେବା ଚୟନ ବୋର୍ଡ ପକ୍ଷରୁ ଏମ୍ଟିଏସ୍ ଏବଂ ସାନିଟେସନ୍ ୱାର୍କର ପଦବି ପାଇଁ ମୋଟ ୨୮୬୩ଟି ପଦରେ ନିଯୁକ୍ତି ଘୋଷଣା କରାଯାଇଛି।
ଏହି ପଦଗୁଡ଼ିକ ପାଇଁ ଅକ୍ଟୋବର ୧୪, ୨୦୨୬ରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ।
ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୧୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।Advertisment ବୟସ ସୀମା ପ୍ରାର୍ଥୀଙ୍କ ବୟସ ୨୦୨୬ ଜାନୁଆରି ୧ ଆଧାରରେ ଗଣନା କରାଯିବ।
ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।
ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୮ମ, ୧୦ମ କିମ୍ବା ୧୨ଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
ସାଧାରଣ ବର୍ଗଙ୍କ ଆବେଦନ ଶୁଳ୍କ ୬୦୦ ଟଙ୍କା ଥିବା ବେଳେ ଏସସି, ଏସଟି ଓ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଚୟନ ପ୍ରକ୍ରିୟା ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଓ ଦସ୍ତାବିଜ ଯାଞ୍ଚ ଆଧାରରେ କରାଯିବ।
ଲିଖିତ ପରୀକ୍ଷାରେ ବହୁବିକଳ୍ପୀୟ ପ୍ରଶ୍ନ ରହିବ।
ଭୁଲ୍ ଉତ୍ତର ପାଇଁ ୧/୩ ଅଙ୍କ ନେଗେଟିଭ୍ ମାର୍କିଂ ରହିବ।
କିପରି କରିବେ ଆବେଦନ?୧.
ପ୍ରଥମେ ଅଧିକୃତ ୱେବସାଇଟ୍କୁ ଯାଆନ୍ତୁ।୨.
ହୋମ୍ପେଜ୍ରେ ଅନଲାଇନ୍ ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରନ୍ତୁ।୩.
ଆବଶ୍ୟକ ସମସ୍ତ ତଥ୍ୟ ସଠିକ୍ ଭାବେ ପୂରଣ କରନ୍ତୁ।୪.
ଆବେଦନ ଫି ଜମା କରନ୍ତୁ।୫.
ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ।
ପୋଲିସ ବାପାଙ୍କ ସାମ୍ନାରେ ହାତକଡ଼ି ପିନ୍ଧାଇଥିଲା: ସଞ୍ଜୟ ଦତ୍ତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।