5 Indians rescued : ହର୍ମୁଜ ପ୍ରଣାଳୀରେ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼

Oct 03, 2026 - 19:11
5 Indians rescued : ହର୍ମୁଜ ପ୍ରଣାଳୀରେ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼

"ଦୁବାଇ: ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ଲାଗି ରହିଥିବାବେଳେ କୁଏତ୍‌ ପତାକା ବହନ କରୁଥିବା ଏକ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି।

ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଓମାନରେ ଥିବା ଭାରତୀୟ ଦୂତାବାସ ଶନିବାର "ଏକ୍ସ"ରେ ଏକ ପୋଷ୍ଟ କରି କହିଛି ଯେ, ଏମ୍‌ଟି କାଜିମାହ ତୃତୀୟ ଜାହାଜରେ ଥିବା ପାଞ୍ଚ ଜଣ ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଦୂତାବାସ ସମନ୍ୱୟ କରିଛି ଓ ସମସ୍ତଙ୍କୁ ସୁରକ୍ଷିତ ଭାବରେ କୂଳକୁ ସ୍ଥାନାନ୍ତର କରାଯାଇଛି।

ଉଦ୍ଧାରକାର୍ଯ୍ୟରେ ସହାୟତା ଓ ସେମାନଙ୍କ ନିରନ୍ତର ସମର୍ଥନ ପାଇଁ ଓମାନୀ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି।

ଭାରତୀୟ ଦୂତାବାସ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି।Advertisment ତିରୁଅନନ୍ତପୁରମ୍‌ କର୍ପୋରେସନ କାଉନସିଲର୍‌ ପଦରୁ ଶ୍ରୀଲେଖାଙ୍କ ଇସ୍ତଫା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।