Mud Wall Collapses ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

Sep 01, 2026 - 19:41
Mud Wall Collapses ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ

"ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ଗତ ତିନି ଦିନ ହେଲା ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଲଗାଣ ବର୍ଷା ହେଉଅଛି ।

ଯାହା ଫଳରେ ବହୁ ଧନ ଜୀବନ ନଷ୍ଟ ହୋଇଛି ।

ଏହି କ୍ଷୟକ୍ଷତି ମଧ୍ୟରେ ତିରିଂ ଥାନା ଅନ୍ତର୍ଗତ ମାତକମଡ଼ିହି ଗାଁରେ ମାଟିକାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ମୃତ ମହିଳା ଜଣକ ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ।

Advertisment Wall Collapses: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ସେ ମାତକମଡ଼ିହିସ୍ଥ ନିଜ ବାପ ଘରେ ରହିଆସୁଥିଲେ।

ଗତ ରାତିରେ ସେ ଘରେ ଶୋଇଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ଯୋଗୁଁ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା।

ଫଳରେ ସିନଗୋ କାନ୍ଥ ତଳେ ଚାପି ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ତିରିଂ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମାଟିତଳୁ ତାଙ୍କୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ।

Rajasthan: ଜୟପୁରରେ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୩ ମୃତ, ୧୨ ଆହତ ଘଟଣା ସ୍ଥଳରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘଟଣାକୁକୁ ନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।