Mukesh Ambani Grandchildren: ଷ୍ଟେଜ୍ରେ କୁନି ଅମ୍ବାନୀଙ୍କ ମସ୍ତି, ଭାଇରାଲ୍ ହେଉଛି ଭିଡିଓ !
ଆଇପିଓ ମିଟିଂରେ କୁନି ଅମ୍ବାନୀଙ୍କ ହରକତ।
ନିଜ ଅନ୍ଦାଜରେ ଖେଳକୁଦ କରୁଥିଲେ କୁନି ଛୁଆ।
ଅଜା ମୁକେଶ ଅମ୍ବାନୀଙ୍କ ଫୋନ୍ ନେବାକୁ ଜିଦ୍ କଲେ।
ମାମୁଁ ଅନନ୍ତଙ୍କ ନାକରେ ପାଣି ପିଆଇ ଦେଲେ।
ଷ୍ଟେଜରେ ବୁଲି ବୁଲି ଦୁଷ୍ଟାମୀ କଲେ ଇଶା, ଆକାଶଙ୍କ ଛୁଆ।
ଜନ୍ମରୁ ଏମାନଙ୍କ ପାଟିରେ ସୁନା ଚାମଚ।
ଭାରତର ସବୁଠାରୁ ଧନୀ ଏମାନଙ୍କ ଜେଜେବାପା।
ଏମାନଙ୍କ କଥା ବୁଝିବାକୁ ଏତେ ଲୋକ ଅଛନ୍ତି ଯେ ଦେହରେ ଧୂଳି ପଡ଼ିବାକୁ ବି ଦେବେନି ।
ତଥାପି ସେମାନଙ୍କ ହରକତ ଓ ପିଲାଳିଆମୀ କୌଣସି ସାଧାରଣ ଛୁଆଙ୍କ ଠାରୁ କମ୍ ନୁହଁ।
ଜିଓ ଆପିଓ ଲିଷ୍ଟିଂ ଇଭେଣ୍ଟରେ ଅମ୍ବାନୀ ପରିବାରର ଉତ୍ତରାଧିକାରୀଙ୍କ ବଦମାସି ଏବଂ କ୍ୟୁଟ୍ନେସ୍ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍।
Advertisment ବିଜନେସ୍ ଟାଇକୁନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ନାତିଙ୍କ କେମିଷ୍ଟ୍ରି ଟିକେ ଅଲଗା।
ଷ୍ଟେଜ୍ ଉପରେ ପ୍ରୋଗ୍ରାମ ଚାଲିଥିବା ବେଳେ ନାତି ଜଣକ ଫୋନ୍ ଦେଖିବାକୁ ଜେଜେବାପା ମୁକେଶଙ୍କୁ ହଇରାଣ କରୁଛି।
ସେତେବେଳେ ଉପାୟ ନ ପାଇ ସାଧାରଣ ଜେଜେବାପାଙ୍କ ଭଳି ନିଜର ଦାମୀ ଫୋନ୍ଟି ବାହାର କରି ଖେଳିବାକୁ ଦେଉଛନ୍ତି ମୁକେଶ ଅମ୍ବାନୀ।
ଆଉ ଫୋନ୍ ପାଇବା ମାତ୍ରେ କୁନି ନାତି ପୁରା ପୁରି ଖୁସି ।
ସେପଟେ ଇଶା ଅମ୍ବାନୀଙ୍କ ପୁଅ କ୍ରିଷ୍ଣା ବି କମ୍ ନୁହନ୍ତି।
ସେ ତ ସିଧା ଅଝଟ କରି ଷ୍ଟେଜ୍ କଡ଼ରେ ସଜା ହୋଇଥିବା ଫୁଲ ଉପରେ ଶୋଇ ପଡ଼ିଥିଲେ।
ପରେ ସେ ନିଜ ସାନ ମାମୁଁ ଅନନ୍ତ ଅମ୍ବାନୀ ଏବଂ ମମି ଇଶାଙ୍କୁ ମଧ୍ୟ ହଇରାଣ କରିବାର କୌଣସି ସୁଯୋଗ ହାତଛଡ଼ା କରିନଥିଲେ।
ଅନନ୍ତ ତାଙ୍କୁ ଦୁଷ୍ଟ ନହେବାକୁ ବୁଝାଉଥିବା ଭିଡ଼ିଓ ଦେଖିବାକୁ ଖୁବ ମଜାଦାର ଲାଗୁଥିଲା।
ସେହିପରି କାର୍ଯ୍ୟକ୍ରମର ସୁଟିଂ ପାଇଁ ହଲ୍ ଭିତରେ ଡ୍ରୋନ୍ କ୍ୟାମେରା ଉଡିବାକୁ ଲାଗିବା ସମୟରେ କୁନି ନାତିଙ୍କ ଖୁସି କହିଲେ ନସରେ।
ସେ ଜେଜେମା ନୀତା ଅମ୍ବାନୀଙ୍କୁ ଡ୍ରୋନ୍ ଦେଖାଇ ତାଳି ମାରିବାକୁ ଲାଗିଲେ।
ସେହିପରି ମୁକେଶ ଅମ୍ବାନୀଙ୍କ ବଡ଼ ନାତି ପୃଥ୍ୱୀ ଷ୍ଟେଜ୍ ଉପରକୁ ଚଢ଼ି ଦୁଷ୍ଟାମି ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲା।
Advertisment ଏହି କୋଟି କୋଟି ଟଙ୍କାର ବ୍ୟବସାୟିକ ଇଭେଣ୍ଟର ସବୁ ଲାଇମଲାଇଟ୍ ଚୋରି କରି ନେଇଥିଲେ ଅମ୍ବାନୀ ପରିବାରର ଏଇ କୁନି କୁନି ସଦସ୍ୟ।
ଟଙ୍କା ପଇସା କି ବ୍ୟବସାୟ ସହ ପିଲାଙ୍କର କଣ ଅଛି ସମ୍ପର୍କ, ସେମାନେ ତ ଗୋଟିଏ ସାଧାରଣ ପରିବାରର ପିଲା ପରି ନିଜ ଦୁନିଆରେ ମସ୍ତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।