Mumbai Student’s Inspiring Journey: ଛୋଟ ଘର, ବଡ଼ ସ୍ୱପ୍ନ… ଅଭିଷେକଙ୍କ ଏହି କାହାଣୀ ଆଶ୍ଚର୍ଯ୍ୟ କରିଦେବ
ମୁମ୍ବାଇର ଏକ ଛୋଟ ଭଡ଼ା ଘରରୁ ଆରମ୍ଭ ହୋଇଥିବା ପାଠପଢ଼ା ଏବେ ଆଇଆଇଟି ଦିଲ୍ଲୀ ଯାଏଁ ପହଞ୍ଚିଛି। ହରଦ ଚାୱଲର ଅଭିଷେକ ସୁଜିତ ଶର୍ମା ଜେଇଇ ଆଡଭାନ୍ସଡ୍ରେ ୧୯୯ ନମ୍ବର ରଖି ସର୍ବଭାରତୀୟ ୨,୪୫୬ ରାଙ୍କ ହାସଲ କରିଛନ୍ତି। ମୋବାଇଲ୍ ଡାଟା ସରିଗଲେ ପାଠପଢ଼ା ଅଟକି ଯାଉନଥିଲା, ପଡ଼ୋଶୀଙ୍କ ୱାଇ-ଫାଇ ବ୍ୟବହାର କରିବାକୁ ଘରର ଛାତକୁ ଚଢ଼ି ଯାଉଥିଲେ ଅଭିଷେକ।
ମାସକୁ ୩ ହଜାର ଟଙ୍କା ଭଡ଼ାର ଘର, ସୀମିତ ଆୟ ଏବଂ ପଢ଼ିବା ପାଇଁ ଅଲଗା ସ୍ଥାନର ଅଭାବ ମଧ୍ୟରେ ସେ ଅନଲାଇନ୍ରେ ପ୍ରସ୍ତୁତି ଜାରି ରଖିଥିଲେ। ପୁଅର ପଢ଼ା ପାଇଁ ବାପାମାଆ ମଧ୍ୟ ଅନେକ ତ୍ୟାଗ କରିଛନ୍ତି, ଏପରିକି ତାଙ୍କୁ ଭଲରେ ଶୋଇବା ଓ ପଢ଼ିବାର ସୁଯୋଗ ଦେବାକୁ ନିଜେ ମାଟିରେ ଶୋଉଥିଲେ। ଏବେ ଅଭିଷେକ ଆଇଆଇଟି ଦିଲ୍ଲୀରେ ପଢ଼ିବାକୁ ଯାଉଛନ୍ତି। ତାଙ୍କ ଅଞ୍ଚଳରୁ ପ୍ରଥମ ଆଇଆଇଟିଆନ୍ ଭାବେ ଏହି ସଫଳତା ପରିବାର ଓ ସମଗ୍ର ଅଞ୍ଚଳ ପାଇଁ ଏକ ଖୁସିର ମୁହୂର୍ତ୍ତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।