Tourists Allegedly Attacked On Kapilas Road: କପିଳାସ ରାସ୍ତାରେ ବିହାର ରିପିଟ୍; ଯୁବକ ଓ ଯୁବତୀଙ୍କୁ ନିସ୍ତୁକ ମାଡ଼; ଭିଡିଓ ହେଲା ଭାଇରାଲ
ରାସ୍ତାରେ ଅଟକାଇଲେ। ନିର୍ଧୂମ ପିଟିଲେ। ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସୁଥିବା ଜଣେ ଯୁବକ ଓ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ କିଛି ଯୁବକ। ଯୁବତୀଙ୍କୁ ଅଶାଳୀନ ବ୍ୟବହାର ମଧ୍ୟ କରିଥିବା ଦେଖିବାକୁ ମିଳୁଛି। ଛାଡି ଦେବାକୁ ଯୁବତୀ ଜଣକ ନେହୁରା ହେଲେ ବି ଶୁଣୁନାହାଁନ୍ତି ଆକ୍ରମଣକାରୀ | ଯୁବକ-ଯୁବତୀଙ୍କୁ ଆକ୍ରମଣର ବେଳର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଛନ୍ତି।
ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଭାଇରାଲ ହେଉଥିବା ଏହି ଭିଡିଓ କପିଳାସକୁ ସଂଯୋଗ କରୁଥିବା ରାସ୍ତାର ବୋଲି କୁହାଯାଉଛି। ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ବେଳେ ଆକ୍ରମଣର ଏ ଭିଡିଓ ଏବେ ଭାଇରାଲ ହେଉଛି। ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଘଟଣା ନେଇ ଗଁଦିଆ ଥାନାରେ ମାମଲା ରୁଜୁ ହୋଇଛି।ଘଟଣାର ତଦନ୍ତ ଚାଲିଛି କହିଛି ପୋଲିସ।
- ଢେଙ୍କାନାଳ କପିଳାସ ରାସ୍ତାରେ ବିହାର ରିପିଟ୍
- ଯୁବକ ଓ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିଲେ କିଛି ଯୁବକ
- ଭାଇରାଲ ହେଲା ଆକ୍ରମଣର ବେଳର ଭିଡିଓ
- ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ବେଳେ ଆକ୍ରମଣ
- ଗଁଦିଆ ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।