Mummy's body's yeast: କିମାଶ୍ଚର୍ଯ୍ୟମ୍: ମମ୍ମି ଦେହର ଇଷ୍ଟ୍ରୁ ପାଉଁରୁଟି ପ୍ରସ୍ତୁତି
"୧୯୯୧ ମସିହାରେ ଆଲ୍ପ୍ସ ପର୍ବତମାଳାରୁ ଜଣେ ମଣିଷର ଏକ ହିମୀକୃତ ଶବ ଆବିଷ୍କୃତ ହୋଇଥିଲା।
୫୩୦୦ ବର୍ଷ ହେଲା ପ୍ରାକୃତିକ ଭାବେ ସଂରକ୍ଷିତ ଏହି "ମମ୍ମି"ର ନାମ ଓଟ୍ଜି।
ପ୍ରାଗୈତିହାସିକ ୟୁରୋପୀୟ ଲୋକମାନଙ୍କ ଜୀବନଶୈଳୀ କେମିତି ଥିଲା ତାହା ବୁଝିବା ପାଇଁ ଗବେଷକମାନେ ଏହି ମମ୍ମି ଉପରେ ନାନା ପରୀକ୍ଷଣ ଜାରି ରଖିଛନ୍ତି।
ନିକଟରେ ଇଟାଲି ସ୍ଥିତ ୟୁରାକ୍ ରିସର୍ଚ୍ଚ ଅନୁଷ୍ଠାନର "ଇନ୍ଷ୍ଟିଚ୍ୟୁଟ୍ ଫର୍ ମମ୍ମି ଷ୍ଟଡିଜ୍" ପକ୍ଷରୁ ଏକ ପରୀକ୍ଷା କରାଯାଇଥିଲା।Advertisment Chandragiri Tibetan: ଆଧାର-ଭୋଟର କାର୍ଡ ଅଛି, ପରିଚୟର ପ୍ରଶ୍ନ ଏବେ ବି ଅମୀମାଂସିତ ବୈଜ୍ଞାନିକମାେନ ଓଟ୍ଜିର ଦେହାବଶେଷରୁ ଇଷ୍ଟ୍ ଜୀବାଣୁ ସଂଗ୍ରହ କରିଥିଲେ।
ତାକୁ ବ୍ୟବହାର କରି ସେମାନେ ପାଉଁରୁଟି ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି।
ଆଗକୁ ସେହି ଇଷ୍ଟ୍ ସାହାଯ୍ୟରେ ସୁରା ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେମାନେ ଲକ୍ଷ୍ୟ ରଖିଛନ୍ତି।
ବୈଜ୍ଞାନିକଙ୍କ ମତରେ ଏହି ଇଷ୍ଟ୍ ଜୀବାଣୁଗୁଡ଼ିକ ଓଟ୍ଜିର ମୃତ୍ୟୁ ପରେ ତା" ଶରୀରକୁ ପ୍ରବେଶ କରିଥିବେ।
ଏହି ଆଶ୍ଚର୍ଯ୍ୟଜନକ ଇଷ୍ଟ୍ ପ୍ରଜାତି ବିଯୁକ୍ତ ତାପମାତ୍ରାରେ ବହୁ ସମୟ ଧରି ତିଷ୍ଠି ରହିବାରେ ସମର୍ଥ।
ଏହି ଇଷ୍ଟ୍ କମ୍ ତାପମାତ୍ରାରେ କିଣ୍ବନ ପ୍ରକ୍ରିୟା ସମ୍ପାଦନ କରିପାରିବ ବୋଲି ସେମାନେ ଆଶା ରଖିଛନ୍ତି।
US-Iran Peace Deal: ଆମେରିକା-ଇରାନ ଚୁକ୍ତିରେ ଡିଜିଟାଲ ସ୍ବାକ୍ଷର କଲେ ଟ୍ରମ୍ପ, ଭାନ୍ସ ଏବଂ ଇରାନ ବାଚସ୍ପତି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।