Murder: ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ନାବାଳକକୁ ନିର୍ମମ ହତ୍ୟା

Oct 18, 2026 - 15:34
Murder: ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ନାବାଳକକୁ ନିର୍ମମ ହତ୍ୟା

"କଟକ: ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ନିର୍ମମ ହତ୍ୟାକାଣ୍ଡ ।

ନାବାଳକକୁ ଛୁରାମାଡ଼ କରି ସଂଘବଦ୍ଧ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ନଦୀପଠାକୁ ଡାକିନେଇ ସଂଘବଦ୍ଧ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି ।

ନଦୀପଠାରୁ ୧୦୦ ମିଟର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ଫରେନସିକ୍‌ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛି ।

କଟକ ସ୍ପେଶାଲ ସ୍କ୍ବାଡ୍ ଏସିପି ଏବଂ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଘଟଣାସ୍ଥଳରେ ସରଜମିନ ତଦନ୍ତ କରିଛନ୍ତି।Advertisment ତେବେ ହତ୍ୟାର ଶିକାର ନାବାଳକଙ୍କର ଏପର୍ଯ୍ୟନ୍ତ ପରିଚୟ ପାଇବାରେ ପୁଲିସ ବିଫଳ ହୋଇଛି ।

କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନାବାଳକକୁ ହତ୍ୟା କଲେ?

ନଦୀ ପଠାକୁ ଡ଼ାକି ନେଇ ହତ୍ୟା କରିବା ପଛରେ ରହସ୍ୟ କଣ?

ତାର ରହସ୍ୟ କାଢିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ରକ୍ତ ଛିଟାରୁ ଜଣାପଡିଛି ଯେ, ହତ୍ୟାକାଣ୍ଡ ଆଜି ସକାଳୁ କରାଯାଇଛି ।

ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାର୍ବଣ ଋତୁ ଚାଲିଥିବା ବେଳେ କଟକରେ ଅପରାଧ ବୃଦ୍ଧି ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ନିକଟରେ କାଠଯୋଡ଼ି କୂଳରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ଫିଙ୍ଗାଯାଇଥିଲା ।

ସେହିଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ଅଷ୍ଟମୀ ପୂଜା ଦିନରେ ନାବାଳକଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ କଟକବାସୀ ଏବେ ଅସୁରକ୍ଷିତ ମନେକରୁଛନ୍ତି।

Elephant Calf : ଦୁର୍ଗାପୂଜାରେ କେନ୍ଦୁଝର ଜଙ୍ଗଲରେ ଖୁସି ଖବର, ୨୮ଟିକିଆ ହାତୀପଲରେ ଜନ୍ମ ନେଲା ହାତୀ ଶାବକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।