Murder: ବିବାହିତ, ଉଭୟଙ୍କର ଦୁଇ-ଦୁଇ ପିଲା, ଲିଭ୍ ଇନ୍ ସଂପର୍କରେ ଥିଲେ ଯୁବକ-ଯୁବତୀ
"ଅଲୱର: ରାଜସ୍ଥାନର ଅଲୱରରେ ଏକ ପ୍ରେମ କାହାଣୀ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି।
ସ୍ବାମୀ ଏବଂ ପିଲାମାନଙ୍କୁ ଛାଡ଼ି ନିଜର ପ୍ରେମିକ ସହିତ ନୂଆ ଜୀବନ ଆରମ୍ଭ କରିଥିବା ୨୮ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଛି।
ମହିଳା କୁମକୁମଙ୍କୁ ତାଙ୍କର ପ୍ରେମିକ ହାତରେ ପ୍ରାଣ ହରାଇଛନ୍ତି।
ଉଭୟ ପ୍ରାୟ ଦେଢ଼ ବର୍ଷ ହେଲା "ଲିଭ୍ ଇନ୍"ରେ ରହୁଥିଲେ।
ସବୁଠାରୁ ବଡ଼ ସମ୍ବେଦନଶୀଳ ଘଟଣା ଥିଲା ଯେ, କୁମକୁମ ୫ମାସର ଗର୍ଭବତୀ ଥିଲେ।
ତାଙ୍କର ପ୍ରେମିକ ଯୋଗେଶ ଚୌଧୁରୀ ମଧ୍ୟ ବିବାହିତ ଥିଲେ ଏବଂ ତାଙ୍କର ଦୁଇ ପିଲା ଅଛନ୍ତି।
ଏହି ହତ୍ୟା ଘଟଣା ପରେ ଅଭିଯୁକ୍ତ ପ୍ରେମିକ ଫେରାର ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
Advertisment ଅଲୱର ଜିଲ୍ଲା ନାହରପୁର ଅଞ୍ଚଳରେ ଏହି ଘଟଣା ଘଟିଛି।
ଏଠାରେ ଏକ ଭଡ଼ା ଘରର ଉପର ମହଲାରୁ କୁମକୁମଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି।
ପଡୋଶୀ ଲୋକେ କୁମକୁମଙ୍କ ମୃତଦେହକୁ ପଲଙ୍କରେ ପଡ଼ିଥିବା ଦେଖିଥିଲେ।
ଦୀର୍ଘ ସମୟ ପର୍ଯ୍ୟନ୍ତ କୁମକୁମ ଚଳପ୍ରଚଳ କରୁ ନଥିବା ଦେଖିଥିଲେ ଏବଂ ସେମାନେ ଏନେଇ ପ୍ରଥମେ ଘରମାଲିକ ଏବଂ ପରେ ପୁଲିସକୁ ସୂଚନା ଦେଇଥିଲେ।
ମୃତଦେହ ପାଖରେ ଏକ ଭଙ୍ଗା ମୋବାଇଲ ପଡ଼ିଥିଲା।
ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ତଦନ୍ତ ଆରମ୍ଭ କରିଦେଇଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କୁମକୁମଙ୍କ ଗଳାରେ କ୍ଷତଚିହ୍ନ ଚିହ୍ନଟ ହୋଇଛି।
କୋଠରୀର ଭିନ୍ନଭିନ୍ନ ସ୍ଥାନରେ କେଶ ପଡ଼ିଛି।
ଏଥିରୁ ପୁଲିସକୁ ସନ୍ଦେହ ହୋଇଛି ଯେ, ହତ୍ୟା ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
Bollywood Celebrities: ଗୁଲସନ କୁମାରଙ୍କ ହତ୍ୟାଠାରୁ ଆରମ୍ଭ କରି ଟାଇଗର ଶ୍ରଫଙ୍କ ଉପରେ ଗୁଳିଚାଳନା ପର୍ଯ୍ୟନ୍ତ: ବଲିଉଡ୍ ଷ୍ଟାର ହେଉଛନ୍ତି ଆକ୍ରମଣର ଶିକାର ବୃନ୍ଦାବନ ବାସିନ୍ଦା ଥିଲେ କୁମକୁମ ଉତ୍ତରପ୍ରଦେଶର ବୃନ୍ଦାବନ ବାସିନ୍ଦା ରାଜୁଙ୍କ ଝିଅ ଥିଲେ କୁମକୁମ।
ଦେଢ଼ ବର୍ଷ ହେଲା ସେ ପ୍ରେମିକ ସହିତ ଅଲୱର ଜିଲ୍ଲା ନାହରପୁରରେ ରହୁଥିଲେ।
ତାଙ୍କ ସହିତ ଯୋଗୋଶ ଚୌଧୁରୀ ମଧ୍ୟ ରହୁଥିଲେ, ଯିଏ କି ବୃନ୍ଦାବନର ବାସିନ୍ଦା ଅଟନ୍ତି।
ଉଭୟ ଗୋଟିଏ ଗାଁର ନିବାସୀ ଥିଲେ ଏବଂ ବିବାହ ପୂର୍ବରୁ ଜଣେ ଅନ୍ୟର ସଂପର୍କରେ ଥିଲେ।
ପୁଲିସ କହିଛି ଯେ, ଯୋଗେଶର ବୟସ ୨୫ ବର୍ଷ ଥିଲା।
ଉଭୟ ବିବାହିତ ଥିଲେ।
ଉଭୟଙ୍କର ୨-୨ ପିଲା ମଧ୍ୟ ଥିଲେ।
ଉଭୟଙ୍କର ବିବାହ ମଥୁରା ଜିଲ୍ଲାରେ ହୋଇଥିଲା ଏବଂ ପରେ ସେମାନେ ଅଲୱର ଫେରାର ହୋଇଯାଇଥିଲେ।
ଯୋଗେଶ ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ କୁମକୁମ ସୋସିଆଲ ମିଡିଆରେ ରିଲ୍ସ କରୁଥିଲା।
ପଡୋଶୀମାନେ ସେମାନଙ୍କୁ ଜାଣିଥିଲେ ଯେ, ଉଭୟ ସ୍ବାମୀ-ସ୍ତ୍ରୀ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।