Murder: ୩୦ ହଜାର ଟଙ୍କାକୁ ନେଇ ୨ କୃଷି ଶ୍ରମିକଙ୍କୁ ଜାଳିଦେଲେ
ରାଜକୋଟ: ଗୁଜରାଟର ଅମରେଲି ଜିଲ୍ଲାରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
୩୦ ହଜାର ଟଙ୍କାକୁ ନେଇ ବିବାଦରୁ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କୁ ଗାଡ଼ି ଭିତରେ ଜୀଅନ୍ତା ଜାଳି ଦିଆଯାଇଛି।
ଲିଲିୟା ତାଲୁକାର ଗୁନ୍ଦରନ ଗ୍ରାମରେ ଏହି ଘଟଣା ଘଟିଛି।
ଏହି ଡବଲ୍ ମର୍ଡର ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି।
Advertisment ମୃତକଦ୍ବୟ ହେଉଛନ୍ତି ରବି ବଧେଲ (୧୬) ଓ ନୀତିନ ପଚୟା (୨୧)।
ଉଭୟ ମଧ୍ୟପ୍ରଦେଶର ବାସିନ୍ଦା ଏବଂ ଗୁନ୍ଦରନ ଗ୍ରାମରେ କୃଷି ଶ୍ରମିକ ଭାବେ କାମ କରୁଥିଲେ।
ଜଳିଯାଇଥିବା ଗାଡ଼ିରୁ ପୁଲିସ ସେମାନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି।
ପୁଲିସର ସୂଚନା ଅନୁଯାୟୀ, ଦୁହେଁ ଏକ କ୍ଷେତ ନିକଟରେ ଗାଡ଼ି ଭିତରେ ଶୋଇଥିବାବେଳେ ସେଥିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିଲା।
ଫଳରେ ପୋଡ଼ି ହୋଇ ସେମାନଙ୍କର ମୃତ୍ୟୁ ହୋଇଥିଲା।
ଗାଡ଼ିରେ ନିଆଁ ଲାଗିଥିବା ଖବର ପାଇ ରବିଙ୍କ ବାପା କମଳେଶ ବଧେଲ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସେତେବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା।
ଲିଲିୟା ପୁଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଘଟଣାରେ ପୁଲିସ ବିଏନ୍ଏସ୍ (ଭାରତୀୟ ନ୍ୟାୟ ସଂହିତା) ଅଧୀନରେ ମାମଲା ରୁଜୁ କରିଛି।
ମୁଖ୍ୟ ଅଭିଯୁକ୍ତ ବିନୋଦ ଦୋଦିୟା ଓ ତାଙ୍କ ସାଙ୍ଗ ରାଜୁ ଦୋଦିୟାଙ୍କୁ ପୁଲିସ ଗିରଫ କରିଛି।
ମୟୂରଭଂଜରେ ଜଘନ୍ୟ ହତ୍ୟାକାଣ୍ଡ: ମାଟିତଳୁ ମା-ଝିଅଙ୍କ ମୃତହେଦ ଉଦ୍ଧାର ଡିଏସ୍ପି ବିସ୍ମୟ ମନସେତାଙ୍କ କହିବା ଅନୁଯାୟୀ, ଗାଡ଼ି କିଣାକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଥିଲା।
ବିନୋଦ କିସ୍ତିରେ ରିତେଶ ସିଂହଙ୍କଠାରୁ ଏକ ଗାଡ଼ି କିଣିଥିଲେ।
ସେ ଆଂଶିକ ଟଙ୍କା ପରିଶୋଧ କରିଥିବାବେଳେ ଆଉ ୩୦ ହଜାର ଟଙ୍କା ବାକି ଥିଲା।
ଏହି ଟଙ୍କାକୁ ନେଇ ବିବାଦ ହେବାରୁ ରିତେଶ ଗାଡ଼ିର ମାଲିକାନା ନିଜ ସାଙ୍ଗ କମଳେଶଙ୍କୁ ହସ୍ତାନ୍ତର କରିଥିଲେ।
କମଳେଶ ହେଉଛନ୍ତି ମୃତ ରବିଙ୍କ ବାପା।
ରିତେଶ ସିଂହ କମଳେଶଙ୍କଠାରୁ ଟଙ୍କା ନେଇଥିଲେ ଏବଂ ତାହା ଫେରାଇ ପାରୁନଥିବାରୁ ଗାଡ଼ିଟି ତାଙ୍କ ପାଖରେ ରହିଥିଲା।
ଗାଡ଼ି କମଳେଶଙ୍କ ପାଖରେ ରହିବାରୁ ବିନୋଦ ରାଗି ଯାଇଥିଲେ।
ସେ ରିତେଶ ସିଂହଙ୍କୁ ଟଙ୍କା ଫେରାଇବାକୁ ନଚେତ୍ ଗାଡ଼ି ଫେରାଇବାକୁ କହିଥିଲେ।
କିନ୍ତୁ ରିତେଶ ଏଥିରେ ରାଜି ହୋଇନଥିଲେ।
ଏହାକୁ ନେଇ ବିନୋଦ ରାଗିଯାଇ ଉକ୍ତ ଗାଡ଼ିରେ ନିଆଁ ଲଗାଇଥିବା ପୁଲିସ ସନ୍ଦେହ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।