Murder in Bihar: ଭଉଣୀକୁ ଗୁଳି କରି ମାରିଲା ଭାଇ, ପରେ ନିଜେ କରିଦେଲା ଆତ୍ମହତ୍ୟା!
"ନୂଆଦିଲ୍ଲୀ: ଘର ଭିତରୁ ଶୁଣାଗଲା ଗୁଳିର ଭୟଙ୍କର ଶବ୍ଦ...
ଆଉ ତା"ପରେ ଚାରିଆଡ଼େ ଖେଳିଗଲା ନିରବତା।
ପଡ଼ୋଶୀମାନେ ଦୌଡ଼ି ଆସି ଦେଖିଲେ, ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ଭାଇ ଓ ଭଉଣୀ।
ବିହାରର ରାଜଧାନୀ ପାଟନାରେ ଘଟିଥିବା ଏହି ଡବଲ ଡେଥ୍ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ଜଣେ ପୁଲିସ ସିପାହୀ ପ୍ରଥମେ ନିଜ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ, ପରେ ସେହି ସର୍ଭିସ୍ ରିଭଲଭରରେ ନିଜକୁ ଗୁଳି ମାରି ଜୀବନ ଶେଷ କରିଦେଇଛନ୍ତି।
ସୂଚନା ଅନୁସାରେ, ପାଟନାର ଦାନାପୁର ଥାନା ଅଞ୍ଚଳର ମିଥିଲା କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି।
ମୃତକ ସିପାହୀ ଓମଚନ୍ଦ୍ର ବିହାର ପୁଲିସରେ କାର୍ଯ୍ୟରତ ଥିଲେ ଏବଂ ମୋତିହାରୀରେ ପୋଷ୍ଟିଂ ପାଇଥିଲେ।
ଦୁଇ ଦିନ ତଳେ ସେ ନିଜ ଭାଇ ଓ ଭଉଣୀଙ୍କୁ ଭେଟିବା ପାଇଁ ଦାନାପୁର ଆସିଥିଲେ।Advertisment Crime: ମାଲିକଙ୍କ ସହ ବିଶ୍ବାସଘାତକତା: ୩୨ଲକ୍ଷ ହଡ଼ପ କରି ବନ୍ଧା ହେଲା ଘରୋଇ ସହାୟକ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଓମଚନ୍ଦ୍ର ନିଜ ୨୧ ବର୍ଷୀୟା ଭଉଣୀ ଗାୟତ୍ରୀ ଦେବୀଙ୍କୁ ସର୍ଭିସ୍ ରିଭଲଭରରୁ ଗୁଳି ମାରିଥିଲେ।
ଗୁଳିଟି ଗଳାକୁ ଛେଦ କରି ଜହ୍ନା ଦେଇ ବାହାରିଯାଇଥିଲା।
ଘଟଣାସ୍ଥଳରେ ହିଁ ଗାୟତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ଏହାପରେ ଓମଚନ୍ଦ୍ର ନିଜ କାନ ପାଖରେ ଗୁଳି ମାରି ଆତ୍ମହତ୍ୟା କରିଥିଲେ।
ଘଟଣା ସମୟରେ ସେମାନଙ୍କ ଛୋଟ ଭାଇ ଓମନାଥ ଘରେ ନଥିଲେ।
ଖବର ପାଇ ସେ ଦୌଡ଼ି ଆସିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା।
ସବୁଠାରୁ ଚମକାଇଦେବା କଥା ହେଉଛି, ଆଉ ମାତ୍ର ଦୁଇ ମାସ ପରେ ଓମଚନ୍ଦ୍ରଙ୍କ ବିବାହ ହେବାକୁ ଥିଲା।
ପୁଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତେବେ କେଉଁ କାରଣରୁ ଏହି ହତ୍ୟା ଓ ଆତ୍ମହତ୍ୟା ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ ସମସ୍ୟା ସହ ଜଡ଼ିତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ତେବେ ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।