Murder Suspect Killed In Police Encounter: ପୁଅ ଓ ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର
ପତ୍ନୀ, ପୁଅ ଓ ଦୁଇ ପୂଜକଙ୍କୁ ହତ୍ୟା କରିଥିବା ନରହନ୍ତାକୁ ଗୁଳି କରି ନିପାତ କଲା ପୋଲିସ। ଉତ୍ତରପ୍ରଦେଶ ଆଜମଗଡ଼ରେ ଅରବିନ୍ଦ ସିଂହ ନାମକ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ। ସ୍ତ୍ରୀ ଏବଂ ଦୁଇ ଜଣ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିବା ଏବଂ ନିଜ ପିଲାଙ୍କୁ ବନ୍ଧକ ରଖିଥିଲା। ୩ ପିଲାମାନଙ୍କୁ ଏକ କୋଠରୀକୁ ନେଇ କବାଟ ବନ୍ଦ କରିଦେଇଥିଲା।
ଏହି ଖବର ମିଳିବା ପରେ ତୁରନ୍ତ ଆକ୍ସନକୁ ଆସିଥିଲା ୟୁପି ପୋଲିସ। ପୋଲିସ ଅଭିଯୁକ୍ତକୁ କୋଠରୀରୁ ବାହାର କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ବାହାରକୁ ଆସିନଥିଲା। ୮ ଘଣ୍ଟା ନିରନ୍ତର ଆଲୋଚନା ଏବଂ ପ୍ରୟାସ ପରେ ପୋଲିସ ବାହାରେ ଜଗି ରହିଥିଲା। ସେତେବେଳେ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା।
ତୁରନ୍ତ ପୋଲିସ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଅଭିଯୁକ୍ତର ଗୁଳିରେ ପୁଅ ଗୁରୁତର ହୋଇପଡିଥିଲା। ଏହାପରେ ପୋଲିସ ଉପରକୁ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ। ଗୁଳିର ଜବାବ ଦେଇ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ।..ପତ୍ନୀ ବବିତା ସିଂହ ଦୁଇ ପୂଜକଙ୍କୁ ଘରକୁ ଡାକି ପୂଜାର୍ଚ୍ଚନା କରୁଥିଲେ। ଏହାକୁ ଦେଖି ରାଗିଯାଇଥିଲା ଅରବିନ୍ଦ ସିଂ। ପତ୍ନୀଙ୍କ ସହ ଯୁକ୍ତିତର୍କ ପରେ ବନ୍ଧୁକରୁ ଗୁଳିକରି ହତ୍ୟା କରିଥିଲା। ତା’ପରେ ସେ ଦୁଇ ପୂଜକଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲା। ୩ ଜଣଙ୍କୁ ହତ୍ୟା କରିବା ପରେ ପିଲାଙ୍କୁ ବନ୍ଧକ ରଖିଥିଲା। ....
୮ ଘଣ୍ଟାର ଅପରେସନ: ହତ୍ୟାକାରୀକୁ ଏନକାଉଣ୍ଟର
ଉତ୍ତର ପ୍ରଦେଶ ଆଜମଗଡ଼ରେ ହତ୍ୟାକାରୀକୁ ଏନକାଉଣ୍ଟର
୮ ଘଣ୍ଟାର ଅପରେସନ ପରେ ପୋଲିସ ଗୁଳିରେ ନିହତ
ଶେଷ ହେଲା ବନ୍ଧକ ସଙ୍କଟ, ହତ୍ୟାକାରୀର ୨ ଶିଶୁ ଉଦ୍ଧାର
ସ୍ତ୍ରୀ ଓ ୧୦ ବର୍ଷର ପୁଅ ସହ ୨ ପୂଜାରୀଙ୍କୁ ଗୁଳି କରି ହତ୍ୟା କରିଥିଲା
ଘରେ ପୂଜା ଚାଲିଥିବା ବେଳେ ପ୍ରଥମେ ସ୍ତ୍ରୀ ଓ ୨ ପୂଜାରୀଙ୍କୁ ଗୁଳି କରିଥିଲା
ପରେ ନିଜର ୧୦ ବର୍ଷର ପୁଅ ଓ ୨ ଛୁଆଙ୍କୁ ବନ୍ଧକ କରି ରଖିଥିଲା
ପୋଲିସର ବୁଝାସୁଝା ସତ୍ତ୍ବେ ନିଜର ୩ ପିଲାଙ୍କୁ ବନ୍ଧକ କରି ରଖିଥିଲା
ପରେ ୧୦ ବର୍ଷର ପୁଅକୁ ଗୁଳି କରି ହତ୍ୟା କଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।