Murder: ଅବସରପ୍ରାପ୍ତ ସୈନିକ ଓ ପ୍ରଥମ ପତ୍ନୀଙ୍କୁ ହତ୍ୟା

Sep 27, 2026 - 19:13
Murder: ଅବସରପ୍ରାପ୍ତ ସୈନିକ ଓ ପ୍ରଥମ ପତ୍ନୀଙ୍କୁ ହତ୍ୟା

"ହଥରସ୍‌: ହଥରସର ଆଗ୍ରା ବାଇପାସ ନିକଟରେ ଥିବା ତାଙ୍କ ଘରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି।

ହତ୍ୟାକାରୀମାନଙ୍କୁ ଚିହ୍ନଟ କରିବା ଓ ହତ୍ୟା ପଛରେ କାରଣ ନିର୍ଣ୍ଣୟ କରିବା ପାଇଁ ପୁଲିସ ପାଞ୍ଚଟି ଦଳ ଗଠନ କରିଛି।

ମୃତକ ସାମସୁଦ୍ଦିନ (୫୮) ଓ ପତ୍ନୀ ସାଦୋ ବେଗମ୍‌ (୫୫) ବୋଲି ଜଣାପଡ଼ିଛି।

ଉଭୟଙ୍କ ମୃତଦେହ ସଦାବାଦ୍‌ କୋଟୱାଲି ଅଞ୍ଚଳରେ ଥିବା ସେମାନଙ୍କ ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।Advertisment ପୁଲିସ ସୂଚନା ଅନୁଯାୟୀ ହତ୍ୟାକାଣ୍ଡ ରାତିରେ ଘଟିଛି।

ରବିବାର ସକାଳ ୯ଟା ୩୦ ପର୍ଯ୍ୟନ୍ତ ସେମାନଙ୍କ ଘର ଖୋଲାଯାଇ ନଥିବାରୁ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିିସ ଅଧୀକ୍ଷକ ଚୀରଞ୍ଜୀବ ନାଥ ସିହ୍ନା ଓ ସର୍କଲ ଅଫିସର ସେଠାରେ ପହଞ୍ଚି ଥିଲେ।

ଫରେନସିକ୍‌ ବିଶେଷଜ୍ଞ ଓ ଡଗ୍‌ ସ୍କ୍ବାଡକୁ ମଧ୍ୟ ତଦନ୍ତରେ ସହଯୋଗ କରିବାକୁ ଡକା ଯାଇଛି।

ସାମସୁଦ୍ଦିନ ୨୦ ବର୍ଷ ତଳେ ସେନାରୁ ଅବସର ନେଇଥିଲେ।

ପୁଲିସ କହିଛି ଯେ, ସେ ତାଙ୍କର ଦୁଇଜଣ ପତ୍ନୀଙ୍କ ସହିତ ପାଳି କରି ରହୁଥିଲେ।

ଶନିବାର ରାତିରେ ପ୍ରଥମ ପତ୍ନୀଙ୍କ ସହିତ ଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି।

Murder: ମଣିପୁରରେ ପୁଣି ୨ ଜଣଙ୍କୁ ଗୁଳି କରି ହତ୍ୟା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।